୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଘଡ଼ଘଡ଼ି ସହ ହୋଇପାରେ ବର୍ଷା

Rain Forecast Yellow Alert Issued To Nine Districts

ଭୁବନେଶ୍ୱର: ଓଡ଼ିଶା ଉପରୁ ହଟିଲା ଅବପାତ ପ୍ରଭାବ । ହେଲେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ ଯୋଗୁ ରାଜ୍ୟର ସବୁ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଘଡ଼ଘଡି ସହ ବର୍ଷା ସମ୍ଭାବନା ବି ରହିଛି । ତେଣୁ ୯ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Rain Forecast Yellow Alert Issued To Nine Districts

ସେହିପରି ଆସନ୍ତାକାଲି ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କୌଣସି ବାରଣ ନଥିବା ବେଳେ ଟ୍ୱିନସିଟି ପାଇଁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଋଷିକୂଲ୍ୟାରେ ସାମାନ୍ୟ ବନ୍ୟାଜଳ ଆସିଛି ହେଲେ ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ।

Rain Forecast Yellow Alert Issued To Nine Districts

ବାଂଶଧରା ଜଳପତ୍ତନ ହ୍ରାସ ପାଇଛି । ବାଂଶଧରାରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଏସଆରସି । ଗଭୀର ଅବପାତ, ଅବପାତରେ ପରିଣତ ହୋଇଛି । ଗତ ୨୪ ଘଣ୍ଟାରେ ଗଞ୍ଜାମ ଓ ଗଜପତିରେ ବର୍ଷା ବିତ୍ପାତ ଜାରି ରହିଛି । ବଡ଼ ଧରଣର ବିପଦ ନଥିଲେ ବି ବର୍ଷା ପ୍ରଭାବରେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟକ୍ଷତି ହୋଇଛି । ଗଞ୍ଜାମର ୩ଟି ବ୍ଲକରେ ୩ଶହ ମିମି ବର୍ଷା ରେକର୍ଡ ହୋଇଛି । ଗଜପତି ଜିଲ୍ଲାରେ ୭ଟି ବ୍ଲକରେ ୧୫୦ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୬ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

Leave a Reply