ପୁଣି ତିନିଦିନ ଭିଜିବ ଓଡ଼ିଶା, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

1 min read
Rain Forecast For Next Three Days Odisha

ଭୁବନେଶ୍ୱର: ବର୍ଷାରେ ଭିଜିବ ଓଡ଼ିଶା । ବାତ୍ୟା ‘ଗୁଲାବ’ ଯିବା ପରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଉପକୂଳ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି । ୱେଲମାର୍କଡ ଲୋକ ପ୍ରେସର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧ ତାରିଖ ଯାଏଁ ବର୍ଷା ଲାଗି ରହିବ ।

୨୯ ତାରିଖ ସକାଳ ୮ଟା ୩୦ ଯାଏଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବ । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ ।

Image

୨୯ ତାରିଖରୁ ୩୦ ତାରିଖ ସକାଳ ୮ଟା ୩୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଫଳରେ ଜଳବନ୍ଦୀ ସହ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିପାରେ । ସେହିଦିନ ପ୍ରବଳ ବର୍ଷା ନେଇ ଦେବଗଡ଼, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Image

୩୦ ତାରିଖରୁ ୧ ତାରିଖ ସକାଳ ୮ଟା ୩୦ ଯାଏଁ ପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ବଙ୍ଗୋପସାଗର ଏବଂ ତତସଂଲଗ୍ନ ଓଡ଼ିଶା ଉପକୂଳ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ୩୦ ତାରିଖ ସକାଳ ଯାଏଁ ବାରଣ କରାଯାଇଛି ।

Leave a Reply