ଅନୁଗୁଳ ଲିଙ୍ଗରା ନାଳରେ ଆସିଲା ବିଢ଼ି ପାଣି: ଫସି ରହିଛନ୍ତି ବୃଦ୍ଧା

ଅନୁଗୁଳ ସଦର ହୁଳୁରୁସିଂହା ଦେଇ ବହି ଯାଉଥିବା ଲିଙ୍ଗରା ନାଳରେ ଆସିଲା ବିଢ଼ି ପାଣି । ପାଣି ମଝିରେ ଫସି ରହିଛନ୍ତି ଜଣେ ବୃଦ୍ଧା । ତାଙ୍କୁ ଉଦ୍ଧାର କରିଵାକୁ ଯାଇ ଆଉ ଜଣେ ଯୁବକ ମଧ୍ୟ ନାଳ ମଝି ପଥରରେ ଅଟକି ରହିଥିବା ବେଳେ ପ୍ରାୟ ୨ ଘଣ୍ଟା ହେଲାଣି ତାଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ । ସୂଚନା ଅନୁସାରେ ଆଜି ସକାଳୁ ଜଣେ ବୃଦ୍ଧା ଶୌଚ ହେବା ପାଇଁ ନାଳକୁ ଯାଇଥିଲେ । ସେ ନାଳରେ ଶୌଚ ହେବା ସମୟରେ ନାଳ ପାଣି ବଢି ଆସିଥିଲା । ଫଳରେ ବୃଦ୍ଧା ଜଣଙ୍କ ଏକ ବଡ଼ ପଥର ଉପରେ ଚଢ଼ି ଯାଇଥିଲେ ।

ବହୁ ସମୟ ସେଠାରେ ସେ ଅଟକି ରହିଥିବା ବେଳେ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ତାଙ୍କ ପାଖରେ ପହଞ୍ଚିଥିଲେ । ହେଲେ ତାପରେ ପରେ ନାଳ ଦୁଇ କୁଳ ଖାଇ ବଢିଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ଦୁଇଜଣ ସେଠାରେ ଫସି ରହିଛନ୍ତି । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚିଛି । ହେଲେ ସେମାନେ ମଧ୍ୟ ବଢି ପାଣି ଯୋଗୁଁ ସାହସ ବାନ୍ଧି ପାରୁ ନାହାନ୍ତି ।

 

Leave a Reply