୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ଚେତାବନୀ

1 min read
Rain And Thunderstorms Warning To 7 Districts

ଭୁବନେଶ୍ୱର: ପଶ୍ଚିମା ଝଡ଼ର ପ୍ରଭାବ । ଆଜିଠାରୁ ରାଜ୍ୟରେ ବଦଳିବ ପାଗ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ଚେତାବନୀ ଦିଆଯାଇଛି । ସେହିଭଳି ଆସନ୍ତାକାଲି ୪ ତାରିଖରେ ଉତ୍ତର ଓଡ଼ିଶାର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ପାଇଁ ଚେତାବନୀ ରହିଛି ।

ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ କରାଯାଇଛି । ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ।

ବର୍ଷା ଦ୍ୱାରା ପନିପରିବା ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ପରେ ୫ ତାରିଖରୁ ରାଜ୍ୟରେ ପାଗ ବଦଳିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply