spot_img

Latest Posts

ରାଜ୍ୟରେ ଆଉ ୩ ଦିନ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ବର: ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ । ସବୁଠି ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା । ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ସହ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଘଣ୍ଟା ମଧ୍ୟରେ ଟୁଇନସିଟିରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। କଟକ ଭୁବନେଶ୍ୱରର କିଛି ଅଞ୍ଚଳ ପ୍ରଭାବିତ ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର। ପଶ୍ଚିମା ଝଡ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ତେଣୁ ରାଜ୍ୟରେ ପାଗ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ତେବେ ବର୍ଷା ପ୍ରଭାବରେ ଦିନର ତାପମାତ୍ରା କମିଥିବା ବେଳେ ରାତ୍ରୀର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Latest Posts

Don't Miss