ରହସ୍ୟ ଘେରରେ ରାଇମୋହନ ଆତ୍ମହତ୍ୟା ମାମଲା: ଆଜି ଆସିବ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଏବେ ବି ସସପେନ୍ସରେ ଅଭିନେତା ରାଇମୋହନ ପରିଡ଼ା ସୁଇସାଇଡ୍ ମାମଲା । ଏଯାଏ ମୃତ୍ୟୁ ଉପରୁ ହଟିନି ପରଦା । କାହିଁକି ଆତ୍ମହତ୍ୟା କଲେ ରାଇମୋହନ । କାହିଁକି ଡିପ୍ରେସନରେ ଥିଲେ ଏହି ଅଭିନେତା । ମୃତ୍ୟୁର ପ୍ରକୃତ କାରଣ କ’ଣ । ଏନେଇ ଆଜି ଆସିବ ସ୍ପଷ୍ଟ ସୂଚନା । ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ । ମୃତ୍ୟୁ ପୂର୍ବରୁ ରାଇମୋହନ ମାନସିକ ଅବସାଦରେ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ତେବେ ମାନସିକ ଅବସାଦ ପଛର କାରଣ କଣ ? ପାରିବାରିକ, ଆର୍ଥିକ ନା ଆଉ କିଛି ? ଯଦି ପାରିବାରିକ, ତେବେ କଣ ଏମିତି ଘଟିଥିଲା, ଯାହାକୁ ନେଇ ଚରମ ନିଷ୍ପତ୍ତି ନେଲେ ରାଇମୋହନ। ଏନେଇ ପରିବାର ଲୋକ, ଡ୍ରାଇଭର ଓ ପଡୋଶୀଙ୍କୁ ପଚରାଉଚୁରା କରୁଛି ପୋଲିସ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ସପ୍ତାହେ ତଳେ ରାଇମୋହନ କୌଣସି କାରଣରୁ ମଞ୍ଚେଶ୍ୱର ଥାନାକୁ ଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣକୁ ନେଇ ଥାନାକୁ ଯାଇଥିଲେ ରାଇମୋହନ ? ମଞ୍ଚେଶ୍ୱର ଥାନାକୁ ଯିବା ସହ ଆତ୍ମହତ୍ୟାର କିଛି ଲିଙ୍କ ରହିଛି କି ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି, ଲୁଟିନେଲେ ଅଧାକିଲୋ ସୁନା ଓ ୧୨ ଲକ୍ଷ ଟଙ୍କା