ଦଶମ ପାସଙ୍କ ପାଇଁ ଖୁସି ଖବର: ରେଲଓ୍ବେରେ ୪ ହଜାର ଚାକିରି

1 min read

ନୂଆଦିଲ୍ଲୀ: ଦଶମ ପାସ କରିଛନ୍ତି ଓ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ଖୁସି ଖବର । ରେଲଓ୍ବେରେ ବମ୍ଫର ଅଫର୍ । ୪ ହଜାର ୧୦୩ ପଦ ପାଇଁ ବାହାରିଲା ନୋଟିସ୍ । ଦକ୍ଷିଣ-ମଧ୍ୟ ରେଲଓ୍ବେ ପାଇଁ ଏହି ଚାକିରି ନୋଟିସ୍ ବାହାରିଛି । ଏସି ମେକାନିକ, କାରପେଣ୍ଟର, ଇଲେକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ ମେକାନିକ, ଫିଟର, ପେଣ୍ଟର ଓ ଟ୍ରେଡ୍ସ ପଦ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ଆଶାୟୀ scr.indianrailways.gov.in ରେ ଆବେଦନ କରିପାରିବେ ।

ମେକାନିକ ପଦ ପାଇଁ ୨୫୦, କାରପେଣ୍ଟର ପାଇଁ ୧୮, ଡିଜେଲ ମେକାନିକ ପାଇଁ ୫୩୧, ଇଲେଟ୍ରିସିଆନ ପାଇଁ ୧୦୧୯, ଇଲେଟ୍ରୋନିକ୍ସ ମେକାନିକ ପାଇଁ ୯୨, ଫିଟର ପାଇଁ ୧୪୬୦, ମେସିନିଷ୍ଟ ପାଇଁ ୭୧, ମେକାନିକ ମେସିନ ଟୁଲ ମେଣ୍ଟେନାନ୍ସ ପାଇଁ ୫, ମିଲ ରାଇଟ ମେଣ୍ଟେନାନ୍ସ ପାଇଁ ୨୪, ପେଣ୍ଟର ପାଇଁ ୮୦ ଓ ଓ୍ବେଲ୍ଡର ପାଇଁ ୫୫୩ ପଦ ରହିଛି ।

ଯୋଗ୍ୟତା

୫୦ ପ୍ରତିଶତ ନମ୍ବରରେ ଦଶମ ପାସ କରିଥିଲେ ଆପଣ ରେଲଓ୍ବେର ଆବେଦନ କରିପାରିବେ । ସେହିପରି ଟେକ୍ନିସିଆ ଭଳି ପଦ ପାଇଁ ସମ୍ପୃକ୍ତ ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ।

ବୟସ

ଆପଣ ଯଦି ୨୦୨୨ ଡିସେମ୍ବର ୩୦ ତାରିଖ ସୁଦ୍ଧ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବେ ତେବେ ଆପଣ ଏସବୁ ପଦ ପାଇଁ ଆବେଦନ କରିପାରିବେ । ସଂରକ୍ଷିତ ବର୍ଗର ଆଶାୟୀ ସରକାରୀ ମାନଦଣ୍ଡ ବୟସ ଅନୁସାରେ ଆବେଦନ କରିପାରିବେ ।

ଆବେଦନ ଫି’

ସାଧାରଣ ବର୍ଗ, ଓବିସି, ଇଡବ୍ଲୁଏସ ବର୍ଗର ଆଶାୟୀଙ୍କୁ ଆବେଦନ ପାଇଁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ । ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ୍ ବ୍ୟାଙ୍କିଂ ଜରିଆରେ ମଧ୍ୟ ଆବେଦନ ଫି’ ଜମା କରିପାରିବେ । ମହିଳା ଓ ସଂରକ୍ଷିତ ବର୍ଗର ଆଶାୟୀଙ୍କୁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ ।

୨୦୨୨ ଡିସେମ୍ବର ୩୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାନୁଆରୀ ୨୯ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ ।