କ୍ୟୁଆର କୋର୍ଡରୁ ଜାଣିବେ କାହାଠୁ ଟ୍ରେନରେ କିଣିବେ ଖାଦ୍ୟ ?

ମୁମ୍ବାଇ: ଟ୍ରେନ ଯାତ୍ରାର ମଜା ଯିଏ ନେଇଛି ସିଏ ଜାଣିଛି  । ଏହି କାରଣରୁ ଲୋକେ ମାସ ମାସ ପୂର୍ବରୁ ଟ୍ରେନରେ ଯାତ୍ରା ପାଇଁ ଟିକେଟ ବୁକିଂ କରିଥାନ୍ତି  । ଯାତ୍ରା ସମୟରେ ଚା ଠୁ ନେଇ ବିସ୍କୁଟ ପର୍ଯ୍ୟନ୍ତ ସବୁକିଛି ସହଜରେ ମିଳିଯାିଥାଏ  । କିନ୍ତୁ ଏହା ଜାଣିବା କଷ୍ଟକର ହୋଇପଡେ ଯେ କାହାଠୁ ଖାଦ୍ୟ ପାନୀୟ ସାମଗ୍ରୀ କିଣିବେ ? କାହାର କ୍ବାଲିଟି ଖରାପ କାହାର ଭଲ ? ଏବେ ରେଳ ବିଭାଗ ଏହି ସମସ୍ୟାର ସମାଧାନ ଆଣିଛି  ।

 

ରେଳ ବିଭାଗ କ୍ୟାଟେରିଂର ସମସ୍ତ ଠିକାଦାର, ଭେଣ୍ଡର ଓ ହେଲପରଙ୍କ ପରିଚୟ ପତ୍ର ବାଧ୍ୟତାମୂଳକ କରିଛି  । ଯାହାଙ୍କ ଉପରେ କ୍ୟୁଆର କୋର୍ଡ ରହିବ  । ଏହି କ୍ୟୁଆର କୋର୍ଡ ଆଧାରିତ ଭେଣ୍ଡର ମ୍ୟାନେଜମେଣ୍ଟ ସିଷ୍ଟମକୁ (ଭିଏମଏସ) କୁହାଯାଏ । କୌଣସି ଯାତ୍ରୀ ନିଜ ଫୋନରୁ କ୍ୟୁଆର କୋଡକୁ ସ୍କାନ କରି ଭେଣ୍ଡରର ସତ୍ୟତା ପରୀକ୍ଷା କରିପାରିବେ  । ଏହି କୋଡ୍‌କୁ ସ୍କାନ କରି ଭେଣ୍ଡରର ନାମ, ଠିକଣା, ମୋବାଇଲ ନମ୍ବର, ଆଧାର କାର୍ଡ ନମ୍ବର, ଠିକାଦାରର ନାମ ଓ କମ୍ପାନୀ ନାମ ଆପଣଙ୍କ ଫୋନରେ ଉପଲବ୍ଧ ହୋଇପାରିବ  । ଯଦି ଏହି ସବୁ ତଥ୍ୟ ମିଳିଯାଏ ତେବେ ତାଙ୍କ ଠୁ ଆପଣ ଭଲ କ୍ବାଲିଟିର ଜିନିଷ କିଣିପାରିବେ  ।

 

ଏକ ରିପୋର୍ଟ ମୁତାବକ ଏହି ସିଷ୍ଟମକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ ଯାଉଛି । ଏହାର ଆରମ୍ଭ ସେଣ୍ଟ୍ରାଲ ରେଲୱେ ନାଗପୁର ମଣ୍ଡଳରୁ ଆରମ୍ଭ ହେବାକୁ ଯାଉଛି  । ଯାହା ଦ୍ବାରା ୧୧୮ ଠିକାଦାର, ୮୩୨ ଭେଣ୍ଡର ଓ ହେଲପରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି  । ଏଥିରେ କୋଚ୍‌ ହେଲ୍ପର, ଅନବୋର୍ଡ ହାଉସ କିପିଂ ଠିକାଦାର ଓ ସଫେଇ କର୍ମୀଙ୍କୁ ମଧ୍ୟ ସାମିଲ କରାଯାଇଛି  ।

 

ନଜର ପକାନ୍ତୁ