ହାତୀଙ୍କ ଚଳପ୍ରଚଳ ପାଇଁ ନିର୍ମାଣ ହେବ ରେଲୱେ ଓଭର ପାସ୍

Railway Overpass For Elephants To Build In Odisha

ଢେଙ୍କାନାଳ: ସୁରକ୍ଷିତ ରହିବେ ଗଜରାଜ । ଓଡ଼ିଶାରେ ହାତୀଙ୍କ ଚଳପ୍ରଚଳ ପାଇଁ ହେବ ରେଲୱେ ଓଭର ପାସ୍ । ବନ ବିଭାଗ ଓ ରେଳବାଇର ମିଳିତ ଉଦ୍ୟମରେ ରାଜ ଆଠଗଡ଼ ଅଭୟାରଣ୍ୟରେ ରେଲୱେ ଲାଇନ୍ ଉପରେ ହେବ ୧୦୦ ମିଟରର ଓଭର ପାସ୍ । ଓଡ଼ିଶାର ପ୍ରଥମ ଓଭର ପାସ୍ ପ୍ରସ୍ତାବକୁ ଜାତୀୟ ବନ୍ୟଜନ୍ତୁ ବୋର୍ଡ ଅନୁମୋଦନ କରିଛି । ଏହାର ଡିଜାଇନ୍ ପ୍ରସ୍ତୁତ ହେବା ସହ ମାଟି ପରୀକ୍ଷା ବି ସରିଛି । ୨ବର୍ଷ ଭିତରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ହାତୀଙ୍କୁ ସୁରକ୍ଷା ଦେବା ସହ ଅଭୟାରଣ୍ୟରେ ହାତୀଙ୍କର ସହଜ ଚଳପ୍ରଚଳ ପାଇଁ ଏଭଳି ଯୋଜନା ହୋଇଛି ।

Railway Overpass For Elephants To Build In Odisha

ଏବେ ଅଭୟାରଣ୍ୟ ଭିତର ଦେଇ ଦୁଇ ଥାକିଆ ରେଳ ଲାଇନ୍ ଯାଇଥିବା ବେଳେ ଏହାକୁ ୪ ଥାକିଆ କରାଯିବ । ରେଳ ଚଳାଚଳ ଅଧିକ ହେଲେ ହାତୀଙ୍କ ଚଲାପଥ ବି ବାଧାପ୍ରାପ୍ତ ହେବ । ଏହାକୁ ନଜରରେ ରଖି ରେଲୱେ ଓଭର ପାସ୍ ଉପରେ ୨ ମିଟର ମାଟି ବିଛାଯାଇ ଗଛ ଲଗାଯିବ । ଯାହା ଫଳରେ ରେଲୱେ ଓଭରବ୍ରିଜରେ ହାତୀ ଚଲାବୁଲା କରିବା ବେଳେ ଜଙ୍ଗଲର ଅନୁଭୂତି ପାଇବେ । ଢେଙ୍କାନାଳ କପିଳାସ ନିକଟରେ ହେବ ଏହି ଓଭର ପାସ୍ ବ୍ରିଜ ଯାହାର ଖୁବ୍ ଶୀଘ୍ର ନିର୍ମାଣ ଆରମ୍ଭ ହେବ ବୋଲି ପିସିସିଏଫ୍ କହିଛନ୍ତି ।