spot_img

Latest Posts

ଗିରଫର ଦିନକ ପରେ ସୁଶୀଲ କୁମାରଙ୍କୁ ନିଲମ୍ବନ ପାଇଁ ରେଲଓ୍ୱେର ନିର୍ଦ୍ଦେଶ

ନୂଆଦିଲ୍ଲୀ: ହତ୍ୟା ମାମଲାରେ ରେସଲର ସୁଶୀଲ କୁମାର ଗିରଫ ହେବାର ଦିନକ ପରେ ମଙ୍ଗଳବାର ଦିନ ତାଙ୍କୁ ନିଲମ୍ବନ କରିବା ପାଇଁ ନର୍ଥ ରେଲଓ୍ୱେ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅଲିମ୍ପିକ୍ ପଦକ ବିଜେତା ସୁଶୀଲ ଓ ତାଙ୍କ ସହଯୋଗୀଙ୍କୁ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ଗତ ୨୩ରେ ଗିରଫ କରାଯାଇଥିଲା ।

ଅଧିକ ପଢନ୍ତୁ- ହତ୍ୟା ଅଭିଯୋଗରେ ଗିରଫ ହେଲେ ରେସଲର ସୁଶୀଲ କୁମାର, ହତ୍ୟା ପରେ ଫେରାର ଥିଲେ

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି)ରେ ତାଙ୍କୁ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା ।

ଅଧିକ ପଢନ୍ତୁ- ସୁଶୀଲ ନାଁରେ ସୁପାରୀ ଦେଇଛି ମାଫିଆ

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

ଅଧିକ ପଢନ୍ତୁ- ଅଲିମ୍ପିକ୍ସ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିବା ସୁଶୀଲ, ଆଜି କାହିଁକି ଜେଲର ୪ କାନ୍ଥ ଭିତରେ, ଜାଣନ୍ତୁ

Latest Posts

Don't Miss