ଖୋଲିଲାନି ରେଲୱେ ଲେବଲ୍ କ୍ରସିଂ ଗେଟ୍, ଘଣ୍ଟା ଘଣ୍ଟା ଅଟକି ରହିଲେ ଲୋକ

1 min read

ଟ୍ରେନ୍ ଗଲା, ଲେବଲ କ୍ରସିଂ ଗେଟ୍ ଖୋଲିଲାନି । ଘଣ୍ଟା ଘଣ୍ଟା ଧରି ଅଟକି ରହିଲେ ଶହ ଶହ ଲୋକ । କିଏ ଅଫିସ୍ ତ ଆଉ କିଏ ଛୁଆଙ୍କୁ ସ୍କୁଲ ଛାଡ଼ିବାକୁ ବ୍ୟସ୍ତ ଥିଲେ। କିନ୍ତୁ, ରେଲୱେ ଲେବଲ କ୍ରସିଂ ଗେଟ୍ ନ ଖୋଲିବାରୁ ଲୋକଙ୍କୁ ନାକେଦମ୍ ହେବାକୁ ପଡ଼ିଛି ।

ଟ୍ରେନ୍ ଆସିବାରୁ ପୁରୀ ସର୍ବୋଦୟ ନଗର ଏନସିସି ବାଟାଲିଅନ ପାଖ ରେଳ ଲେବଲ କ୍ରସିଂ ଫାଟକ ପଡ଼ିଥିଲା । ଟ୍ରେନ୍ ପାସ କଲା ପରେ ଗେଟ୍ ଖୋଲିନଥିଲା । ଫଳରେ ଅଟକି ରହିଥିବା ଲୋକ ହଇରାଣ ହେବା ସହ ରେଳ ବିଭାଗକୁ ନିନ୍ଦା କରିଛନ୍ତି ।

ଏହି ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଲୋକ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି । ବ୍ରିଜ୍ ନିର୍ମାଣ ହେଲେ ଅଞ୍ଚଳରେ ରହୁଥିବା ପ୍ରାୟ ୨୦ ହଜାର ଲୋକ ଉପକୃତ ହେବା ସହ ଗମନାଗମନ ଅବସ୍ଥା ସୁଧୁରି ପାରନ୍ତା ବୋଲି ସେମାନେ କହିଛନ୍ତି । ମାତ୍ର ରେଳବାଇର ଅବହେଳା କାରଣରୁ ଏଥିରେ ସୁଧାର ଆସିପାରୁନାହିଁ ବୋଲି ଲୋକେ କହିଛନ୍ତି । ')}

Leave a Reply