ରେଲଓ୍ବେ Group-D ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡ ବଦଳିଲା
1 min readନନ୍ଦିଘୋଷ ବ୍ୟୁରୋ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ରେଲେଓ୍ବ ନିଯୁକ୍ତି ବୋର୍ଡ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରେଲଓ୍ବେ ତରଫରୁ ଲେବଲ-୧ ନିଯୁକ୍ତି ପାଇଁ ଯୋଗ୍ୟତା ମାନଦଣ୍ଡରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ନୂଆ ମାନଦଣ୍ଡ ଅନୁସାରେ, ଏବେ ଦଶମ ପାସ୍ କରିଥିବା ପ୍ରାର୍ଥୀମାନେ ଲେବଲ-୧ର ପରୀକ୍ଷା ପାଇଁ ଆବେଦନ କରିପାରିବେ । କୌଣସି ପ୍ରାର୍ଥୀଙ୍କ ପାଇଁ ଆଇଟିଆଇ ଆଦି ପ୍ରମାଣପତ୍ରର ବାଧ୍ୟତାମୂଳକ ହେବ ନାହିଁ ।
ଏହା ପୂର୍ବରୁ ଟେକ୍ନିକାଲ ବିଭାଗଗୁଡ଼ିକ ପାଇଁ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ ସହିତ ଏନଏସି ବା ଆଇଟିଆଇ ଡିପ୍ଲୋମା ପାସ୍ ବାଧ୍ୟତାମୂଳକ ଥିଲା । ଏହି ମାମଲାକୁ ସମୀକ୍ଷା କରାଯିବା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜାନୁଆରୀ ୨ରେ ରେଲଓ୍ବେ ତରଫରୁ ସମସ୍ତ ଜୋନ ପାଇଁ ଜାରି ହୋଇଥିବା ପତ୍ରରେ କୁହାଯାଇଛି । ଲେବଲ-୧ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ବା ଆଇଟିଆଇ ବା ସମକକ୍ଷ ବା ଏନସିଭିଟି ଦ୍ବାରା ପ୍ରଦାନ କରାଯାଉଥିବା ଏନଏସି ହେବ । ନିକଟରେ ୩୨ ହଜାର ଲେବଲ-୧ ଖାଲି ପଦ ପାଇଁ ନୋଟିଫିକେସନ ଜାରି କରାଯାଇଥିବା ବେଳେ ଜାନୁଆରୀ ୨୩ରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଯେଉଁ ନିଯୁକ୍ତିର ନାମ ପୂର୍ବରୁ ଗ୍ରୁପ-ଡି ଥିଲା, ତାହାକୁ ବୋର୍ଡ ତରଫରୁ ନିକଟରେ ଲେବଲ-୧ କରାଯାଇଥିଲା ।