ରାଉରକେଲା ରେଲୱେ ଡିଭିଜନକୁ ରେଲୱେ ବୋର୍ଡ ଚେୟାରମ୍ୟାନଙ୍କୁ ବିରୋଧ

ଭୁବନେଶ୍ୱର: ରାଉରକେଲା ରେଲୱେ କହିଲେ ଡିଭିଜନ ହେଲେ କିଛି ଲାଭ ହେବନି । କେବଳ ଅଯଥାରେ ଅର୍ଥ ଖର୍ଚ୍ଚ ହେବ । ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରେଲଓ୍ବେ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ବିନୟ କୁମାର ତ୍ରିପାଠୀ । ଏପରି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ସୃଷ୍ଟି ହୋଇଛି ଅସନ୍ତୋଷ । ରାଉରକେଲାକୁ ରେଲଓ୍ବେ ଡିଭିଜନ କରିବା ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଛି । ସହରର ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ରାଉରକେଲା ସହରଵାସୀ ଦାବି କରି ଆସୁଛନ୍ତି ।

କିନ୍ତୁ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଅବହେଳା ଯୋଗୁଁ ଏଗା ହୋଇ ପାରୁନଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ସିଇଓ ଵିନୟ କୁମାର ତ୍ରିପାଠୀ ଗତକାଲି ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଅବସରରେ ବିଧାୟକଙ୍କ ସହ ବିଭିନ୍ନ ସଂଗଠନ ତାଙ୍କ ସହ ଆଲୋଚନା କରିଥିଲେ । ସିଇଓଙ୍କ ମନ୍ତବ୍ୟ ଦୁର୍ଭାଗ୍ୟ ଜନକ । ଯଦି ଡିଭିଜନ କଲେ ଖାଲି ଅର୍ଥ ଖର୍ଚ୍ଚ ହେଉଛି ତେଵେ ଦେଶରେ ଥିବା ଡିଭିଜନ ଵନ୍ଦ କରିବା ପାଇଁ ଦାବି କରିଛନ୍ତି ସହରବାସୀ ।