ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଖୋର୍ଦ୍ଧାର ବିଭିନ୍ନ ପଥର ଖଣିରେ ରେଡ୍‌

ଖୋର୍ଦ୍ଧା: ବେଆଇନ ଖଣ୍ଡାଲାଇଟ ଖଣି ଉପରେ ଶ୍ରୀମନ୍ଦିର ପ୍ରଶାସନର ରେଡ୍‌ । ଖୋର୍ଦ୍ଧାର ୬ଟି ଖଣ୍ଡାଲାଇଟ ଖଣି ଉପରେ ଚଢାଉ କରି କଟିଂ ୟୁନିଟ ଏବଂ ଅନ୍ୟାନ ମେସିନ୍‌ ଜବତ କରାଯାଇଛି ।

ହାଡ଼ପଦା, ଭୋଗପୁର ଏବଂ ନରଣଗଡ଼ ଅଞ୍ଚଳରେ ଶ୍ରୀମନ୍ଦିର ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଭାବେ ଚଢାଉ କରିଛନ୍ତି ।

ବଉଳମାଳା ପଥର ଶ୍ରୀମନ୍ଦିର ପାଇଁ ସଂରକ୍ଷିତ ଥିବା ବେଳେ, ପଥର ମାଫିଆ ମାନେ ବେଆଇନ ଦୀର୍ଘ ଦିନ ହେଲା ଖଣ୍ଡାଲାଇଟ ପଥର ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା ।

ସୁରକ୍ଷା ଦୃଷ୍ଟିରୁ ଚଢାଉ ସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply