ପାକିସ୍ତାନ ଲାଗି ଗୁପ୍ତଚରୀ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଜାରି ରହିଛି ରେଡ
1 min read
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଲାଗି ଗୁପ୍ତଚରୀ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଜାରି ରହିଛି ରେଡ। ଉତ୍ତରପ୍ରଦେଶ ବାରାଣସୀରେ ରେଡ କରିଛି ଆଣ୍ଚି ଟେରର ସ୍କ୍ବାଡ ବା ଏଟିଏସ। ଘଟଣାରେ ଟୁଫେଲ ନାମକ ଜଣେ ବ୍ଯକ୍ତିକୁ ଗିରଫ କରିଛି ଏଟିଏସ। ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ନେଇ ଅଭିଯୋଗ ଆଧାରରେ ତାକୁ ଗିରଫ କରାଯାଇଛି। ପାକିସ୍ତାନର ନିଷିଦ୍ଧ ଘୋଷିତ ସଂଗଠନ ତେହରିକ-ଇ-ଲାବାକେର ନେତା ମୌଲାନା ଶାହ ରିଜଭିକୁ ତୁଫେଲ ତଥ୍ଯ ଦେଉଥିବା ଅଭିଯୋଗ ହୋଇଥିଲା। ରାଜଘାଟ, ନମୋ ଘାଟ, ଜ୍ଞାନବାପି, ରେଳଷ୍ଟେସନ, ଲାଲକିଲ୍ଲା ଆଦି ସମ୍ପର୍କରେ ସେ ପାକିସ୍ତାନୀ ଏଜେଣ୍ଟଙ୍କୁ ତଥ୍ଯ ଯୋଗାଇଥିବା ଅଭିଯୋଗ ହୋଇଥିଲା। ସେପଟେ ଦିଲ୍ଲୀରେ ବି ଜାରି ରହିଛି ରେଡ। ସିଲମପୁରର ମହମ୍ମଦ ହାରୁନଙ୍କୁ ବି ଧରିଛି ପୋଲିସ। ସେ ପାକିସ୍ତାନୀ ଗୁଇନ୍ଦା କର୍ମକର୍ତ୍ତାଙ୍କୁ ଗୋପନ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ।