ପୁଣି କଟକରୁ ଅସଲି ବ୍ରାଣ୍ଡର ନକଲି ଘିଅ-ସସ୍‌ କାରଖାନା ଠାବ

Police Raid At cuttack

କଟକ: ପୁଣି କଟକରୁ ଅସଲି ବ୍ରାଣ୍ଡର ନକଲି ଜିନିଷ ଠାବ । ଗତ ସପ୍ତାହରେ କଟକର ମାଲଗୋଦାମ ଥାନା ଅଂଚଳରୁ ନକଲି ମହୁ, ଅଗୁରୁ ଓ ଗଙ୍ଗାଜଳ ଜବତ କରାଯାଇଥିବା ବେଳେ ସୋମବାର କଟକ ଚୌଦ୍ୱାର ଥାନା ଅଞ୍ଚଳରୁ ନକଲି ଘିଅ ଓ ସସ୍ ଜବତ ହୋଇଛି । ୯ ନମ୍ବର ୱାର୍ଡ ମହିଳା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ନକଲି ଘିଅ ଓ ସସ୍ କଂପାନୀ ଉପରେ ଚୌଦ୍ୱାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନାମୀ ଦାମୀ ବ୍ରାଣ୍ଡ ଘିଅ ଓ ସସ୍ ଜବତ କରିଛି ।

Police Raid At cuttack

ମାଲିକକୁ ଅଟକ ରଖି କମିଶନରେଟ୍ ପୋଲିସ ପଚରାଉଚରା କରୁଛି । ଆଜିକୁ ଦୀର୍ଘଦିନ ହେବ ଏଠାରେ ନକଲି କଂପାନୀ ଚାଲୁଥିବା କହିଛି କମିଶନରେଟ୍ ପୋଲିସ । ଅନ୍ୟପଟେ ଚୌଦ୍ୱାର, ମଙ୍ଗୁଳି, ଟାଙ୍ଗି, ଜଗତପୁର, କଟକ ଅଂଚଳ ଏବେ ଅନେକ ନକଲି କମ୍ପାନୀ ଚାଲିଥିବା ବେଳେ ଲୋକ ଦେଖାଣିଆ ଭାବରେ କମିଶନରରେଟ୍ ପୋଲିସ ଚଢ଼ାଉ କରୁଥିବା ଅଭିଯୋଗ ହେଉଛି । ତେବେ ମୁଖ୍ୟତଃ ଖାଦ୍ୟ ପଦାର୍ଥ ବହୁ ପରିମାଣରେ ଅପମିଶ୍ରଣ କରି କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି ଅପମିଶ୍ରଣକାରୀ ।

Leave a Reply