କେୟାର ହସ୍ପିଟାଲରେ ଚଢ଼ାଉ: ଜାଣନ୍ତୁ କାହିଁକି

ରାଜଧାନୀର କେୟାର ହସ୍ପିଟାଲରେ ଚଢ଼ାଉ । ହସ୍ପିଟାଲରେ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲର । ଯାଞ୍ଚ ହେଉଛି ମେଡିସିନ, ଷ୍ଟକ ଓ ରେଜିଷ୍ଟାର । ରାଜ୍ୟ ବାହାରୁ ଆସୁଥିବା ମେଡିସିନର ମଧ୍ୟ ଯାଞ୍ଚ କରାଯାଉଛି  ।  ସୂଚନାଯୋଗ୍ୟଯେ, କେୟାର ହସ୍ପିଟାଲର ମାଲିକାନା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଶୂନ୍ୟକାଳରେ କେୟାର ହସ୍ପିଟାଲର ବିକ୍ରିରେ ଅନିୟମିତତା ଓ ଏ ପର୍ଯ୍ୟନ୍ତ ହସ୍ପିଟାଲକୁ ଏନ୍‌ଓସି ମିଳିନଥିବା ଅଭିଯ଼ୋଗ ଆଣିଥିଲେ ବିରୋଧୀ ଦଳ ନେତା । ଏଭଳି ସ୍ଥିତିରେ ଏହା କିଭଳି ବିକ୍ରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ନେତାଙ୍କ ସ୍ୱରରେ ସ୍ୱର ମିଳାଇଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି,ହସ୍ପିଟାଲ ଏବେ ଦଲାଲଙ୍କ କବଜାରେ । ହସ୍ପିଟାଲର ମାଲିକ ଜଣେ କିଡ଼ନୀ ଚୋର ଏବଂ ସେ ଜେଲରେ ଅଛନ୍ତି । ଏଭଳି ଅଭିଯ଼ୋଗ ଥାଇ ମଧ୍ୟ ତାଙ୍କୁ ହସ୍ପିଟାଲ କିଭଳି ବିକ୍ରି କରାଗଲା?

ଅପରପକ୍ଷରେ ବିରୋଧୀଦଳ ନେତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ । ହିସ୍ପିଟାଲ୍‌ ଚିଫ୍ ଅପରେଟିଂ ଅଫିସର ଗୁରୀତ୍‌ କୌର ସେଠୀଙ୍କ କହିବା ହେଲା ଯେ, ଆମ ପାଖରେ କିଡ଼ନୀ ପ୍ରତିରୋପଣ ନେଇ ଲାଇସେନ୍ସ ନାହିଁ, ଆମେ କିଡ଼ନୀ ପ୍ରତିରୋପଣ କରିବୁ କିଭଳି । ଏହି ହସ୍ପିଟାଲ ସନ୍‌ଫ୍ରାନ୍‌ସିସ୍‌କୋର ‘ଏଭର କେୟାର ହେଲଥ୍‌ ଫଣ୍ଡ’ ଦ୍ୱାରା ପରିଚାଳିତ । ଏହାର କୌଣସି ପାକିସ୍ତାନୀ ଲିଙ୍କ୍‌ ନାଥିବା କହିଛନ୍ତି ଚିପ୍‌ ଅପରେଟିଂ ଅଫିସର ।

Leave a Reply