ନନ୍ଦିଘୋଷ ବ୍ୟୁରୋ : ସନ୍ଦିଗ୍ଧ ବାଂଲାଦେଶୀ ସନ୍ଦେହରେ ପ୍ରଶାସନର ରେଡ୍। ଜଗତସିଂହପୁର ଥାନା ତରିକୁନ୍ଦ ହାଇସ୍କୁଲ ପଛ ପଟ ଖେଳପଡ଼ିଆରେ ରହୁଥିବା ଦୁଇ ପରିବାରକୁ ଉଠାଇ ନେଇଛି ପୋଲିସ। ସେଠାରେ ପ୍ରାୟ ୧୦ ଜଣ ରହୁଥିଲେ। ୬ ଜଣ ମହିଳଆ, ୩ ଜଣ ଶିଶୁ ଓ ଜଣେ ବୃଦ୍ଧ। ସମସ୍ତଙ୍କୁ ବିରିଡି ବ୍ଲକ ବାଗଲପୁର ବହୁ ମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେମାନଙ୍କର କାଗଜପତ୍ର ଯାଞ୍ଚ କରାଯାଉଛି। ଯାହା ସୂଚନା ମିଳିଛି ଏମାନଙ୍କ ଘର ଏରସମା ବ୍ଲକ କଳାବେଦୀ ଅଞ୍ଚଳର । ଏମାନେ ଏଠାରେ ଘର ଦ୍ୱାର କରି ରହୁଛନ୍ତି । ଏହା ଆଗରୁ 37 ଜଣଙ୍କୁ ପୋଲିସ ସଂଧିଗ୍ଧ ବାଂଲାଦେଶୀ ଭାବେ ଉଠେଇ ନେଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣ ବାଂଲାଦେଶୀ ବୋଲି ଜଣାପଡ଼ିଥିଲା। ସେମାନଙ୍କୁ ବାଂଲାଦେଶ ପଠାଇ ଦିଆଯିବ। ଜଗତସିଂହପୁର ତରିକୁନ୍ଦ ବେହେରାମପୁରରେ ବାଂଲାଦେଶୀଙ୍କୁ ଘର ଭଡ଼ା ଦେଇଥିବା ସିକନ୍ଦର ଆଲାମ ଓ ତାର ସାନ ଭାଇ ଅବଦୁଲ ମୁଲତିପି ଖାଁକୁ ପୋଲିସ ଗିରଫ କରି ଆଗରୁ ଜେଲ ପଠାଇ ଦେଇଛି।

