ତେଲ କାରଖାନା ଉପରେ ଚଢାଉ, ନକଲି ରନ୍ଧା ତେଲ ଜବତ

ରାୟଗଡ଼ା: ରାୟଗଡା ସହର ଗୌତମ ନଗରରେ ଏକ ନକଲି ତେଲ କାରଖାନା ଠାବ ହୋଇଛି । ପୋଲିସ ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନକଲି ତେଲ କାରଖାନା ଉପରେ ଚଢାଉ କରାଯିବା ସହ ବିପୁଳ ପରିମାଣର ରନ୍ଧା ତେଲ ଜବତ କରାଯାଇଛି ।

ଏହାଛଡା ଏହି ମାମଲାରେ ପୋଲିସ ବ୍ୟବସାୟୀ ଟି.ଦୁର୍ଗାପ୍ରସାଦଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଜବତ ହୋଇଥିବା ରନ୍ଧା ତେଲକୁ ପରୀକ୍ଷା ପାଇଁ ପଠାଯାଇଛି ।

ରାୟଗଡାର ଦୁର୍ଗା ଶ୍ରୀ କମ୍ପାନୀକୁ ଫଳ ଜୁସ୍‌ ଏବଂ କ୍ଷୀର ପାଇଁ ଲାଇସନ୍ସ ମିଳିଥିବାବେଳେ ସେଠାରେ ବେଆଇନ ଭାବରେ ତେଲ ପେକିଂ କାରବାର ଚାଲିଥିଲା ।

ତେବେ ଏନେଇ ପୋଲିସକୁ ସୂଚନା ମିଳିବା ପରେ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା ।

Leave a Reply