କେନ୍ଦ୍ର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାହୁଲ, କହିଲେ କେନ୍ଦ୍ର ଚାପରେ କାର୍ଯ୍ୟ କରୁଛି ଟ୍ୱିଟର
1 min readନୂଆଦିଲ୍ଲୀ: ଟ୍ୱିଟରରୁ ଫଲୋଅର୍ସ କମୁଥିବା ନେଇ ଟ୍ୱିଟର କମ୍ପାନୀ ସିଇଓଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ତାଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରାଯାଉଛି । କେନ୍ଦ୍ର ଚାପରେ ଟ୍ୱିଟର କମ୍ପାନୀ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟାରେ ଅଘୋଷିତ ପ୍ରତିବନ୍ଧକ ଲଗାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଗତ ଅଗଷ୍ଟରୁ ରାହୁଲଙ୍କ ଫଲୋଅର୍ସ ବଢ଼ିବାରେ ରୋକ୍ ଲଗାଯାଇଛି । ଭାରତରେ ସ୍ୱତନ୍ତ୍ର ଓ ନିରପେକ୍ଷ ଭାଷଣକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଟ୍ୱିଟର ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଟ୍ୱି୍ଟର ସିଇଓଙ୍କୁ ଚିଠି ଲେଖିଛନ୍ତି ରାହୁଲ ।
Congress leader Rahul Gandhi wrote to Twitter CEO Parag Agrawal on 27th December 2021, stating that "it is perplexing that the growth in my Twitter followers has suddenly been suppressed." pic.twitter.com/xhbT1UWxXh
— ANI (@ANI) January 27, 2022
ତେବେ ଟ୍ୱିଟରକୁ କରିଥିବା ଚିଠିର ଉତ୍ତର ରଖିଛି ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର । ଟ୍ୱିଟର କହିଛି ଯେ ଆକାଉଣ୍ଟ ସହ ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ଆମେ ଚାହୁଁ । ମ୍ୟାନିପୁଲେସନ ଏବଂ ସ୍ପାମ୍ ପାଇଁ ଟ୍ୱିଟରର କୌଣସି ସ୍ଥାନ ନାହିଁ । ଆମେ ମେସିନ୍ ଲର୍ଣ୍ଣିଂ ଉପକରଣ ମାଧ୍ୟମରେ ପ୍ରତି ସପ୍ତାହରେ ବଟ୍ ଅନୁସରଣକାରୀ ଏବଂ ସ୍ପାମର ବୃହତ ସର୍ଟିଂ କରୁ । ଏହି ମାଧ୍ୟମରେ ଅନୁସରଣକାରୀଙ୍କ ସଂଖ୍ୟା ହ୍ରାସ ହୋଇଥାଏପାରେ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।