ମୋଦିଙ୍କୁ ଟାର୍ଗେଟ୍ କରୁ କରୁ ରାହୁଲଙ୍କ ପାଟିରୁ ଖସିଗଲା…

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଭାଷଣକୁ ନେଇ ସମାଲୋଚନାର ଶିକାର ହେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣି ଅଡ଼ୁଆରେ ପଡ଼ିଛନ୍ତି । ସଂସଦ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ ବେଳେ ଲୋକହସା ହୋଇଛନ୍ତି ରାହୁଲ । ପ୍ରଥମେ ନିଜକୁ ବିରୋଧୀ ଦଳ ନେତା କହିବା ସହ ୟେସ୍ ବ୍ୟାଙ୍କକୁ ଆକ୍ସିସ୍ ବ୍ୟାଙ୍କ କହିଛନ୍ତି ।

କରୋନା ଭାଇରସକୁ ନେଇ ବିଶ୍ୱ ଚିନ୍ତିତ ଥିବା ବେଳେ ଦେଶରେ ସେମିତି କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ରାହୁଲ ଅଭିଯୋଗ କରିଛନ୍ତି । ଦେଶରେ କୋରନା ଭାଇରସ୍ ବ୍ୟାପୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଉପଲବ୍ଧି କରିପାରୁନାହାନ୍ତି । ଫଳରେ ସ୍ଥିତି ଅଣାୟତ୍ତ ହେବାକୁ ବସିଲାଣି, ପ୍ରଧାନମନ୍ତ୍ରୀ ଶୋଇ ରହିଥିବା ରାହୁଲ କହିଛନ୍ତି । ଦେଶର ଅର୍ଥନୀତି ସୁନାମି ଭଳି ତଳକୁ ତଳ ଖସି ଚାଲିଛି । ଅର୍ଥନୀତିକୁ ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ଓ ନୀତି ନଷ୍ଟ କରି ସାରିଲାଣି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ବିଷ ଉଗାଳିଲେ ଏମିତି

ମୋଦି ଅର୍ଥନୀତିକୁ ନେଇ କେବେ ମୁହଁ ଖୋଲୁନାହାନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତି ବିଷୟରେ କିଛି ବୁଝନ୍ତି ନାହିଁ ବୋଲି କଂଗ୍ରେସ ଅଙିଯୋଗ କରିଛି । ଆଉ କରୋନା ଭାଇରସ୍ ପ୍ରଭାବରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଏହାକୁ ସୁଧାରିବା ଲାଗି ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।

ନୂଆ ଦଶନ୍ଧିର ପ୍ରଥମ ବଜେଟ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ଗୁଣା ଲକ୍ଷ୍ୟ

Leave a Reply