spot_img

Latest Posts

ବଜେଟକୁ ନେଇ ଏମିତି କହିଲେ ବିରୋଧୀ, ରାହୁଲ କହିଲେ ନିଜ ଚେୟାର…

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଆଗତ ହେଲା କେନ୍ଦ୍ରୀୟ ବଜେଟ। ବଜେଟରେ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କାର ବ୍ଯୟବରାଦ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କିଛି ମହଙ୍ଗା ଏବଂ କିଛି ଶସ୍ତା ହୋଇଥିବାବେଳେ ଏହି ବଜେଟରେ ମଧ୍ୟବିତ୍ତଙ୍କୁ କୌଣସି ଫାଇଦା ମିଳିବ ନାହିଁ ବୋଲି ବିରୋଧୀମାନେ ଯୁକ୍ତି ବାଢ଼ିଛନ୍ତି । ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟକୁ ନେଇ କହିଛନ୍ତି କି, ଏହା ହେଉଛି କପି ପେଷ୍ଟ ବଜେଟ୍ । ନିଜ ଆସନକୁ ବଞ୍ଚାଇବା ପାଇଁ ସରକାର ଏଭଳି ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ମଧ୍ୟବିତ୍ତଙ୍କର କୌଣସି ଫାଇଦା ହେବ ନାହିଁ । ବରଂ ଅମ୍ବାନୀ ଏବଂ ଆଦାନୀଙ୍କୁ ପାଇଁ ଏହହି ବଜେଟ୍ ବୋଲି କହି ସମାଲୋଚନା କରିଛନ୍ତି ରାହୁଲ ।

ଉପସ୍ଥାପନ ହୋଇଥିବା ବଜେଟରେ କିଛି କଂଗ୍ରେସ ନିଜର ମାନିଫେଷ୍ଟରେ ମଧ୍ୟ ଦେଇଥିଲା । ଏପରିକି ଏହା ପୂର୍ବ ବଜେଟର କପି ପେଷ୍ଟ ବୋଲି ରାହୁଲ କହିଛନ୍ତି । ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ ଏବଂ ଜୟରାମ ରମେଶ ମଧ୍ୟ କେନ୍ଦ୍ର ସରକାରଙ୍କ ବଜେଟକୁ ସମାଲୋଚନା କରିଛନ୍ତି ।

କଣ କହିଛନ୍ତି ଖଡ଼ଗେ:

  • କେବଳ କୃଷକମାନଙ୍କୁ ପାଇଁ ଅତ୍ୟଧିକ ଲାଭ ମିଳିପାରେ |
  • ଏହି ବଜେଟରେ ମହିଳାମାନଙ୍କ ପାଇଁ ସେପରି କିଛି ନାହିଁ |
  • ଦଳିତ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଗରିବ ଲୋକଙ୍କ ପାଇଁ କୌଣସି ଯୋଜନା ନାହିଁ।
  • ବଜେଟରେ ଆବଣ୍ଟନ ଅପେକ୍ଷା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଜନ କଲ୍ୟାଣ ଏବଂ ଆଦିବାସୀମାନଙ୍କ ପାଇଁ କମ୍ ଖର୍ଚ୍ଚ ହୋଇଛି |
  • ବଜେଟରେ ରେଳବାଇ ବିଷୟରେ କିଛି କୁହାଯାଇ ନାହିଁ।

 

Latest Posts

Don't Miss