ଓଡିଶାକୁ ଆସି ବିଜେପି ନେତା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି : ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବାଲେଶ୍ବର ସିମୁଳିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି ରାହୁଲ । ଦେଶର ସମ୍ବିଧାନ  ବିପଦରେ ରହିଛି । ହେଲେ କଂଗ୍ରେସ କ୍ଷମତାକୁ ଆସିଲେ ସମ୍ବିଧାନକୁ ବଦଳାଇବାକୁ କିଏ ସାହସ କରିବ ନାହିଁ ବୋଲି କହିଛନ୍ତି । ସେହିପରି ବିଜେପି ନେତାମାନେ ଓଡିଶା ମାଟିକୁ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଯାହାକି ପ୍ରତିଟି ଓଡିଆଙ୍କ ଅପମାନ । ପୁରୀରୁ ସାଂସଦ ପ୍ରାର୍ଥୀ ମହାପ୍ରଭୁ ଜଗନ୍ନାଥ, ମୋଦୀଙ୍କ ଭକ୍ତ ବୋଲି  କହିଛନ୍ତି । ଯାହାକୁ ତାଙ୍କର ଗର୍ବ ଓ ଅହଙ୍କାରର ପରିଚୟ ଦେଉଛି ବୋଲି ରାହୁଲ କହିଛନ୍ତି । ୧୦ବର୍ଷ ହେଲା ଦେଶର ସମସ୍ୟା ଗୁଡିକର ସମାଧାନ ପରିବର୍ତ୍ତେ, ତାଙ୍କୁ ଭଗବାନ ପଠାଇଛନ୍ତି ଓ ସେ ତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ହାସ୍ୟାସ୍ପଦ ବୋଲି ରାହୁଲ କହିଛନ୍ତି । ଏଭଳି ଅହଙ୍କାରୀ ଦଳକୁ ଭୋଟ ଦେବା ଅର୍ଥ ଦେଶକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ବୋଲି ସେ କହିଛନ୍ତି ।