ଆରଏସଏସ ମାନହାନୀ ମାମଲା, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି

ନନ୍ଦିଘୋଷ ବ୍ୟୁରୋ: ଆରଏସଏସ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି । ବମ୍ବେ ହାଇକୋର୍ଟ ଭିବଣ୍ଡି କୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକ କର୍ମକର୍ତ୍ତାଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ଦାୟର ଅପରାଧିକ ମାମଲାରେ ପ୍ରମାଣ ଭାବେ କିଛି ଅତିରିକ୍ତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଧାର୍ଯ୍ୟ ସମୟ ପରେ ବି ଅଦାଲତ ପ୍ରମାଣ ଦାଖଲ କରିବାକୁ ଅନୁମତି ଦେଇଥିବାରୁ ଏହା ବିରୋଧରେ ରାହୁଲ ବମ୍ବେ ହାଇକୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି କରି ଭିବଣ୍ଡି କୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି । ଥାନେର ଭିବଣ୍ଡି ଦୌରାଜଜ କୋର୍ଟ ୩ ଜୁନରେ ମାମଲା ସଂପର୍କିତ ଦସ୍ତାବିଜ ଗ୍ରହଣ କରିସାରଥିଲେ । ଏହାକୁ ଆଧର କରି କୋର୍ଟ ମାନହାନୀ ମାମଲାକୁ ଗ୍ରହଣ କରିଥିଲେ । କିନ୍ତୁ ଧାର୍ଯ୍ୟ ସମୟ ପରେ ବି ତଳ କୋର୍ଟ ଅଧିକ ଦସ୍ତାବିଜ ଗ୍ରହଣ କରିବାକୁ ଅନୁମତି ଦେବାରୁ ଏହା ବିରୋଧରେ ରାହୁଲ ହାଇକୋର୍ଟ ଯାଇଥିଲେ । ଯାହାକୁ ଆଜି ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ୨୦୧୪ରେ ରାହୁଲ ଏକ ନିର୍ବାଚନୀ ଭାଷଣରେ ମହାତ୍ମା ଗାନ୍ଧୀଙ୍କ ମୃତ୍ଯୁ ପାଇଁ ଆରଏସଏସ ଦାୟୀ ।