ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍କୁ ହଟାଇଲା ଟ୍ୱିଟର
1 min readନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ୱିଟ୍କୁ ହଟାଇଲା ମାଇକ୍ରୋବ୍ଳଗିଂ ସାଇଟ୍ ଟ୍ୱିଟ୍ର । ଦିଲ୍ଲୀରେ ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିଥିଲେ । ଆଉ ଏହି ସମୟର ଫଟୋକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ ଯେଉଁଥିରେ ପୀଡିତାଙ୍କ ପିତାମାତା ମଧ୍ୟ ନଜର ଆସିଥିଲେ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।
Twitter appears to have taken down Congress leader Rahul Gandhi’s tweet for revealing victim's identity in alleged rape & murder case of minor in Delhi pic.twitter.com/MAH8OmSRbi
— ANI (@ANI) August 6, 2021
ବଳାତ୍କାର ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଥିବାରୁ ସାରା ଦେଶରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ଟ୍ୱିଟର ଅଭିଯୋଗ କରୁଥିବାବେଳେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ୍ (ଏନସିପିସିଆର) ଦ୍ୱାରା କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହା ପରେ ଟ୍ୱିଟର ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟକୁ ହଟାଇ ଦେଇଛି ।
ଟ୍ୱିଟର ଇଣ୍ଡିଆର ଅଭିଯୋଗ ଅଧିକାରୀଙ୍କୁ ଆୟୋଗ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ କୌଣସି ନାବାଳକ ପୀଡିତାଙ୍କ ପାରିବାରିକ ଚିତ୍ର ଟ୍ୱିଟରରେ ପୋଷ୍ଟ କରିବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, 2015 ଏବଂ ଶିଶୁ ନିରାକରଣର ଧାରା ୨୩ ର ଉଲ୍ଲଂଘନ ଅଟେ । ଯୌନ ଅପରାଧ ଅଧିନିୟମ (POCSO) ଉଲ୍ଲଂଘନ ଅଟେ । ଏହି ଅଭିଯୋଗ ପତ୍ର ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ରାହୁଲଙ୍କ ଟ୍ୱିଟକୁ ହଟାଇ ଦେଇଛି ।