ପୁରୁଣା ଭିଡିଓ ଶେୟାର କରି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ
1 min readନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫୦ ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପରେ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ନିଜ ଟ୍ୱିଟ୍ ଜରିଆରେ ପୁଣି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ରାହୁଲ ନିଜ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ସେ ପୂର୍ବରୁ ସଂସଦରେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିବାକୁ ଦାବି କରିଥିଲେ । କିନ୍ତୁ ତାଙ୍କ କଥାକୁ ଚାପି ଦିଆଯାଇଥିଲା । ଆଉ ତଥ୍ୟ ଦେବାକୁ ମନା କରାଯାଇଥିଲା । କାରଣ ସେଥିରେ ବିଜେପିର ଅନେକ ବନ୍ଧୁଙ୍କ ନାଁ ସାମିଲ ଥିଲା । ତେଣୁ ସରକାର ସେତେବେଳେ ବ୍ୟାଙ୍କ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ ।
संसद में मैंने एक सीधा सा प्रश्न पूछा था- मुझे देश के 50 सबसे बड़े बैंक चोरों के नाम बताइए।
वित्तमंत्री ने जवाब देने से मना कर दिया।
अब RBI ने नीरव मोदी, मेहुल चोकसी सहित भाजपा के ‘मित्रों’ के नाम बैंक चोरों की लिस्ट में डाले हैं।
इसीलिए संसद में इस सच को छुपाया गया। pic.twitter.com/xVAkxrxyVM
— Rahul Gandhi (@RahulGandhi) April 28, 2020
ଏବେ ଆର୍ବିଆଇ ପକ୍ଷରୁ ପ୍ରମୁଖ ବ୍ୟଙ୍କ ଋଣ ଖିଲାପକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କାହିଁକି ସରକାର ସେତେବେଳେ ଋଣ ଖିଲାପକାରୀଙ୍କ ନାଁ ଘୋଷଣା କରିନଥିଲେ । କାରଣ ତାଲିକାରେ ନୀରବ ମୋଦୀ, ମେହୁଲ ଚୋକସିଙ୍କ ସମେତ ଅନେକ ବିଜେପି ବନ୍ଧୁଙ୍କ ନାମ ରହିଛି ବୋଲି ରାହୁଲ କହିଛନ୍ତି ।
This is why Finance Minister @nsitharaman tried to escape from a straight & clear question asked by Rahul Gandhi.
Sadly – the truth can never stay hidden too long.
Massive kudos to RG for calling the govt’s bluff way back in March!
PS: Here’s the list if anyone missed it ? https://t.co/OA4moYdTYz pic.twitter.com/JsaoBewhBT
— Saket Gokhale (@SaketGokhale) April 28, 2020
ସୂଚନାଥାଉକି, ଗତ ମାର୍ଚ୍ଚରେ ବଜେଟ୍ ଅଧିବେଶନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭାରେ ବ୍ୟାଙ୍କିଂ ଠକେଇ ପ୍ରସଙ୍ଗ ଉଠାଇଥିଲେ । ସେ ଦେଶର ପ୍ରାୟ ୫୦ ପ୍ରମୁଖ ବ୍ୟାଙ୍କ ଖିଲାପକାରୀ କିଏ ବୋଲି ପ୍ରଶ୍ନ କରି ସରକାରଙ୍କୁ ତଥ୍ୟ ମାଗିଥିଲେ । କିନ୍ତୁ ସେତେବେଳେ ସରକାରଙ୍କ ପକ୍ଷରୁ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା ।