spot_img

Latest Posts

ପ୍ରସିଦ୍ଧ ତୀର୍ଥସ୍ଥାନ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାହୁଲ ଗାନ୍ଧୀ

ରାଉରକେଲା: ଓଡ଼ିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରା। ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଏହି ଯାତ୍ରା ଗତକାଲିଠୁ ଓଡ଼ିଶାରେ ପହଞ୍ଚିଛି । ଏଥିରେ ଜାତୀୟ ଓ ରାଜ୍ୟ ସ୍ତରର ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀ ପ୍ରସିଦ୍ଧ ତୀର୍ଥସ୍ଥାନ ବେଦବ୍ୟାସ ମନ୍ଦିରରେ ପହଞ୍ଚି ବେଦବ୍ୟାସ ମନ୍ଦିର ପରିସରରେ ଥିବା ବାବା ବାଲୁଙ୍କେଶ୍ୱର ମହାଦେହବ ଓ ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ବେଦବ୍ୟାସ ଗୁମ୍ଫା ସହିତ ଅନ୍ୟ ମନ୍ଦିର ପରିଦର୍ଶନ କରି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ଗତକାଲି  ରାହୁଲ ଗାନ୍ଧୀ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଠାରୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ। ଏହି ଯାତ୍ରାରେ ଜାତୀୟ ଓ ରାଜ୍ୟ ସ୍ତରର ବହୁ କଂଗ୍ରେସ ନେତା ଯାତ୍ରାରେ ସାମିଲ ହୋଇଛନ୍ତି। ଆଜି ରାଉରକେଲା ସହରର ଉଦିତନଗର ଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଯାତ୍ରା  କରିବା ପରେ ପାନପୋଷ ଛକଠାରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦଭୋଦନ ଦେଇଥିଲେ।

ରାହୁଲ ଗାନ୍ଧୀ ଭାରତ ଯୋଡ ନ୍ୟାୟ ଯାତ୍ରା କରି କେନ୍ଦ୍ର ବିଜେପି ସରକାରଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି। ଆଛାଦିନର ମିଥ୍ୟା ପ୍ରତିଶୃତି ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଅହେତୁକ ଦରଦାମ ବୃଦ୍ଧି ହୋଇଥିବା ଅଭିଯୋଗ କରିଛନ୍ତି।  ରାହୁଲ ଗାନ୍ଧୀ ରାଉରକେଲା ସହରରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି।

ରାହୁଲ ଗାନ୍ଧୀ ଆଜି ରାତିରେ ଝାରସୁଗୁଡ଼ା ଅମଲିପାଲି ପଡ଼ିଆରେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ରାହୁଲ ଗାନ୍ଧୀ ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକ ନିକଟରୁ ଯାତ୍ରା ଆରମ୍ଭ କରିବେ। ଆସନ୍ତାକାଲି  ଅପରାହ୍ନରେ ରାହୁଲ ଗାନ୍ଧୀ ଛତିଶଗଡ ଅଭିମୁଖେ ଯାତ୍ରା କରିବାର କାର୍ଯକ୍ରମ ରହିଛି।

Latest Posts

Don't Miss