ହାଥରସ ଗଣଦୁଷ୍କର୍ମକୁ ନେଇ ରାହୁଲଙ୍କ ଟ୍ୱିଟ୍: କହିଲେ ‘ପୀଡ଼ିତାଙ୍କ ପରିବାରଠାରୁ ଅନ୍ତିମ ସଂସ୍କାରର ଅଧିକାର ଛଡେଇନେଲେ’

1 min read

ହାଥରସ: ଉତ୍ତରପ୍ରଦେଶର ହାଥରସ ଗଣ ଦୁଷ୍କର୍ମ ମାମଲାରେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ୨୦ ବର୍ଷ ବୟସ୍କାଙ୍କର ଗଣ ଦୁଷ୍କର୍ମ ଏବଂ ନିର୍ଯାତନାର ଶିକାର ହୋଇ ମୃତ୍ୟ ହୋଇଥିଲେ । ମୃତ୍ୟୁ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇ ନାହିଁ । ଏହାକୁ ନେଇ ମଙ୍ଗଳବାର ବହୁତ ଉତ୍ତେଜନା ପ୍ରକାଶ ପାଇଥିଲା । ଦିନସାରା ଡାକ୍ତରଖାନା ବାହାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା ।

ବିଳମ୍ବିତ ରାତିରେ ପୋଲିସ ମୃତଦେହକୁ ଜବରଦସ୍ତି ଅନ୍ତିମ ସଂସ୍କାର କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ସାମ୍ବାଦିକମାନେ ପୋଲିସକୁ ପଚରାଉଚରା ଜାରି ରଖିଥିଲେ ମଧ୍ୟ ପୋଲିସ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ଠିକ୍ ମନେ କରିନଥିଲା। ତେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାର ଏକ ଭିଡିଓ ସେୟାର କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ‘ ଭାରତର ଜଣେ ଝିଅର ଦୁଶ୍କର୍ମ ପରେ ହତ୍ୟା କରାଯାଉଛି, ତଥ୍ୟକୁ ଲୁଚାଯାଉଛି ଏବଂ ଶେଷରେ ତା ପରିବାରଠାରୁ ଅନ୍ତିମ ସଂସ୍କାରକରିବାର ଅଧିକାର ମଦ୍ୟ ଛଡ଼େଇ ନିଆଯାଉଛି । ଏହା ଅପମାନଜନକ ଏବଂ ଅନ୍ୟାୟପୂର୍ଣ୍ଣ ଅଟେ । #HathrasHorrorShocksIndia ‘

ସୂଚନା ଅନୁଯାୟୀ, ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ୟୁପି ପୋଲିସ ମଙ୍ଗଳବାର ରାତିରେ ପ୍ରାୟ ୨:୩୦ ରେ କରାଗଲା । ଅଭିଯୋଗ ରହିଛି ଯେ, ଅନ୍ତିମ ସଂସ୍କାର ଦିନ ପୋଲିସ ମୃତକଙ୍କ ପରିଜନଙ୍କୁ ଘରେ ବନ୍ଦ କରିଦେଇଥିଲେ । ବିଳମ୍ବିତ ରାତିରେ କଏଦ ହୋଇଥିବା ଦୃଶ୍ୟରେ ବିଚଳିତ କରିଲା ଭଳି ଦୃଶ୍ୟ ରହିଛି । ଯେଉଁଥିରେ ପୀଡ଼ିତାଙ୍କ ପରିବାର ପୋଲିସ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା । ଶବକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ପରବାର ଲୋକ ଅଟକାଇ ରଖିଥିଲେ । ତଥାପି ପୋଲିସ ମାନେ ତାଙ୍କୁ ହଟାଇ ଶବ ହାଦ କରିଥିଲେ । ମୃତ ମହିଳାଙ୍କ ମାଆ ଶେଷରେ ଅସହାୟ ହୋଇ ତଳେ ବସି କାନ୍ଦିବାକୁ ଲାଗିଲେ ।

Leave a Reply