ରାହୁଲଙ୍କ ଆବେଗ ପୂର୍ଣ୍ଣ ଭିଡିଓ ବାର୍ତ୍ତା: ଶ୍ରମିକଙ୍କ ଚିତ୍କାରକୁ ସରକାରଙ୍କ ନିକଟରେ ପହଞ୍ଚାଇବୁ

1 min read

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ପ୍ରବାସୀ ଶ୍ରମିକଙ୍କ ଅବସ୍ଥାକୁ ଦର୍ଶାଇ ଏକ ଆବେଗ ପୂର୍ଣ୍ଣ ଭିଡିଓ ଟ୍ୱିଟ୍ କରିଛନ୍ତି । ଭିଡିଓରେ ବଡ଼ ସହରରୁ ପାଦରେ ଚାଲି ଚାଲି ଶ୍ରମିକମାନେ ନିଜ ଘରକୁ ପଳାୟନ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଏଥିସହିତ ଭିଡିଓରେ ଥିବା ଏକ ଗୀତ ମାଧ୍ୟମରେ ବର୍ତ୍ତମାନ ସମୟରେ ଶ୍ରମିକ ଯେଉଁ ସମସ୍ୟ ଦେଇଗତି କରୁଛିନ୍ତି ତାହାକୁ ମଧ୍ୟ ଦର୍ଶାଯାଇଛି । ଲକ୍‌ଡାଉନ୍‌ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତିକୁ ନେଇ ରାହୁଲ ଗାନ୍ଧୀ ସବୁବେଳେ ଗଠନମୂଳକଭାବେ ସମାଲୋଚନା କରିଆସୁଛନ୍ତି ।

https://twitter.com/RahulGandhi/status/1260895626465665025

ଭିଡିଓ ସଂଯୋଗ କରି ପୋଷ୍ଟ କରିଥିବା ଟ୍ୱିଟ୍‌ରେ ରାହୁଲ ଲୋକଙ୍କୁ ଧୌର୍ଯ୍ୟ ଧରିବାକୁ ନିବେଦନ କରିଛନ୍ତି । ବର୍ତ୍ତମାନ ଅତି କଠିନ ପରିସ୍ଥିତି ଦେଇ ସମସ୍ତେ ଗତି କରୁଛେ । ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନେଇ ଆମେ ଆଙ୍ଗୀକାରବଦ୍ଧ । ଏମାନଙ୍କ ଚିତ୍କାରକୁ ଆମେ ସରକାରଙ୍କ ନିକଟରେ ପହଞ୍ଚାଇବୁ । ଏମାନଙ୍କ ହକ୍‌ର ସହାୟତା ଏମାନଙ୍କୁ ନିଶ୍ଚିତ ଯୋଗାଇବୁ । ଏମାନେ ଦେଶର ସାଧାରଣ ଜନତା ନୁହଁନ୍ତି, ଏମାନେ ତ ଦେଶର ସ୍ୱାଭିମାନର ପତାକା । ଆମେ ଏହାକୁ ନୁଇବାକୁ ଦେବୁନୁ ।

ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଆଜି ବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର କୃଷକ, ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ପାଇଁ ଅନେକ ଘୋଷଣା କରିଛନ୍ତି । କରୋନା ଯୋଗୁଁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକ୍‌ଡାଉନ୍ ଫଳରେ ସହରାଞ୍ଚଳରେ ରହୁଥିବା ଗରିବ ଲୋକେ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଟଙ୍କା ଓ କାମ ନଥିବାରୁ ଶ୍ରମିକ ବର୍ଗ ବଡ଼ ସହରୁ ନିଜ ଘରକୁ ବାହୁଡ଼ିବାକୁ ବାଧ୍ୟ ହେଉଛି ।  ଏମାନଙ୍କ ପାଇଁ ସରକାର ଶ୍ରମିକ ଟ୍ରେନ୍‌ ଆରମ୍ଭ କରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ସଡ଼କରେ ଲୋକେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳୁଛି ।

Leave a Reply