୧୪ରୁ ଆରମ୍ଭ ହେବ ରାହୁଲ ଗାନ୍ଧିଙ୍କ ‘ଭାରତ ନ୍ୟାୟ ଯାତ୍ରା’, ୧୪ ରାଜ୍ୟ ମଧ୍ୟରେ ଗତି କରିବ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ନ୍ୟାୟ ଯାତ୍ରା। ଆସନ୍ତା ଜାନୁଆରୀ ୧୪ରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଏହି ଯାତ୍ରା ଆରମ୍ଭ ହୋଇ ପଶ୍ଚିମର ମୁମ୍ବାଇରେ ଶେଷ ହେବ। ୬ ହଜାର ୨ଶହ କିଲୋମିଟର ଯାତ୍ରା କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ।

ଆସନ୍ତା ମାର୍ଚ୍ଚ ୨୦ରେ ହେବ ଶେଷ ରାହୁଲଙ୍କ ଏହି ଯାତ୍ରା। ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା ୧୪ଟି ରାଜ୍ୟର ୮୫ ଜିଲ୍ଲା ଦେଇ ଯାତ୍ରା କରିବ। କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଇମ୍ଫାଲରୁ ଏହି ଯାତ୍ରାର ଶୁଭାରମ୍ଭ କରିବେ। ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଂଗ, ବିହାର, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଦେଇ ଯାତ୍ରା କରିବେ ରାହୁଲ ଗାନ୍ଧି। ବସ ସହ ପଦଯାତ୍ରା ମଧ୍ୟ କରିବେ ରାହୁଲ ଗାନ୍ଧି। ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହାତେଇବା ପରେ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ମଣିପୁରରୁ ମୁମ୍ବାଇକୁ ଯାତ୍ରା କରିବେ।

ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଯୋଡ଼ିହେବାକୁ ଏହି ଯାତ୍ରା କରିବେ। ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ଏହା ଦ୍ବିତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି। ଏଥିରେ ରାହୁଲ ପୂର୍ବାଞ୍ଚଳ ସହ ପଶ୍ଚିମ ଭାରତ ସହ ମଧ୍ୟ ଯୋଡ଼ି ହେବେ। ପୂର୍ବରୁ ଭାରତ ଯୋଡ଼ୋ ଯାତ୍ରାରୁ କଂଗ୍ରେସକୁ ଅନେକ ସୁଫଳ ମିଳିଥିବା କୁହାଯାଉଛି। ଗତ ବିଧାନସଭା ନିର୍ବାଚନରେ ଦୁଇ ରାଜ୍ୟରେ ସରକାର ଗଠନ କରିଛି କଂଗ୍ରେସ। କର୍ଣ୍ଣାଟକ ଓ ତେଲଙ୍ଗାନାରେ କଂଗ୍ରେସ ସରକାର ଗଠନ କରିଛି। ଦେଶର ନାଗରିକଙ୍କୁ ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଅଧିକାର ଦାବି କରି ରାହୁଲଙ୍କ ଏହି ଭାରତ ନ୍ୟାୟ ଯାତ୍ରା। ଗତ ବର୍ଷ ସେପ୍ଟେମ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା କରିଥିଲେ। କନ୍ୟାକୁମାରୀରୁ ଆରମ୍ଭ କରି ୫ ମାସ ଧରି ଯାତ୍ରା କରିବା କରିବା ପରେ ଶ୍ରୀନଗରରେ ଶେଷ ହୋଇଥିଲା।