ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍, ‘ମୋଦି ବୁଝୁ ନାହାନ୍ତି ବୋଲି ପାଖ ଲୋକ କହିବାକୁ ସାହାସ କରୁ ନାହାନ୍ତି’
2 min readନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କରୋନା ଭାଇରସ୍, ଭାରତ-ଚୀନ୍ ସୀମା ବିବାଦ, ବେକାରୀ ସମସ୍ୟ ଏବଂ ନିକଟରେ ବିମାନ କିଣା ଘଟଣା ପରେ, ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ସେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ‘ଭାରତ ପାଇଁ ଏହା ବିପଦ ନୁହେଁ, କି ପ୍ରଧାନମନ୍ତ୍ରୀଙ୍କ କିଛି ବୁଝନ୍ତି ନାହିଁ । ପ୍ରକୃତ କଥା ହେଉଛି, ତାଙ୍କ ଆଖପାଖରେ ଥିବା କୌଣସି ବ୍ୟକ୍ତିଙ୍କର ଏହା କହିବାକୁ ସାହସ ନାହିଁ ।’
The real danger to India isn’t that our PM doesn’t understand.
It’s the fact that nobody around him has the guts to tell him. pic.twitter.com/ppUeBeGwpk
— Rahul Gandhi (@RahulGandhi) October 9, 2020
ରାହୁଲଙ୍କ ଏଭଳି ଟ୍ୱିଟ୍ର ଜବବା ରଖିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ । ସେହି ଟ୍ୱିଟ୍ରେ ସେ ଲେଖିଛନ୍ତି ଯେ, ରାହୁଲ ଗାନ୍ଧି କିଛି ବୁଝିପାରନ୍ତି ନାହିଁ ବୋଲି କହିବାକୁ ତାଙ୍କ ଚାରିପାଖରେ ଥିବା କୌଣସି ବ୍ୟକ୍ତି ପାଖରେ ଶକ୍ତି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସବୁ ବିଚାରକୁ ରାହୁଲ ଉପହାସ କରୁଛନ୍ତି, ସେହି ବିଚାରକୁ ବିଶ୍ୱର ଅଗ୍ରଣୀ କମ୍ପାନୀର ସିଇଓ ସମର୍ଥନ କରୁଛନ୍ତି ।
Nobody around Rahul Gandhi has the guts to tell him that he doesn’t understand. He mocks PM @NarendraModi’s ideas when CEO of the world’s leading company endorses themhttps://t.co/XR0bqv4wSd https://t.co/KnuymPTcut
— Piyush Goyal (मोदी का परिवार) (@PiyushGoyal) October 9, 2020
ୱାୟାନାଡ ସାଂସଦ ଯେଉଁ ଭିଡିଓଟି ଟ୍ୱିଟ୍ କରିଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମ୍ଳଜାନକୁ ବାୟୁରୁ ଅଲଗା କରିବା ସହ ବାୟୁର ଜଳ ବହାର କରିବା କଥା କହୁଛନ୍ତି । ସେ କହିଛନ୍ତି ଦେଶରେ ଆର୍ଦ୍ରତା ଅଧିକ ରହିଛି ତେଣୁ ଟରବାଇନ୍ ମାଧ୍ୟମରେ ଏଭଳି କରାଯାଇପାରିବ ।
ସେହିଭଳି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାହୁଲଙ୍କ ସେହି ଟ୍ୱିଟ୍ରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ରାହୁଲଙ୍କୁ ତାତ୍ସଲ୍ୟ କରି ଲେଖିଛନ୍ତି ଯେ, ‘ମୋ ଟ୍ୱିଟ୍ରେ ଯେଉଁ ଦୁଇଟି ଫାଇଲ୍ ଆଟାଚ୍ ରହିଛି ସେହି ଦୁଇଟିକୁ ରାହୁଲ ସକାଳୁ ଉଠି ମୁହଁ ଧୋଇ ପଢ଼ନ୍ତୁ ଏବଂ ତାଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର କରନ୍ତୁ’ । ଏହି ଟ୍ୱିଟ୍ରେ ସମ୍ବିତ ଆହୁରି ମଧ୍ୟ କହିଛନ୍ତି ଯେ, ‘ତାଙ୍କର ବିଶ୍ୱାସ ରହିଛି ଯେ ରାହୁଲ ଏହା ପଢ଼ିବା ପରେ ମଧ୍ୟ ସେ ମର୍ମ ବୁଝିପାରିବେ ନାହିଁ ।’
Rahul ji tomorrow morning please get up at night & read the two scientific papers that I have attached herewith.
Though I’m sure you won’t understand the complexity of the subject looking at the condition of your non functioning mental “Turbines”!! https://t.co/sDxA0o7yN4 pic.twitter.com/J2ZhERegSp— Sambit Patra (Modi Ka Parivar) (@sambitswaraj) October 9, 2020
ପ୍ରଧାନମନ୍ତ୍ରୀ କାହା ସହିତ କଥା ହୋଇଥିଲେ ?
ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭେଷ୍ଟାସ୍ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେନ୍ରିଚ୍ ଆଣ୍ଡରସନ୍ଙ୍କ ସହ ପବନ ଉର୍ଜା କ୍ଷେତ୍ର ବିଷୟରେ ଆଲୋଚନା କରିଛନ୍ତି । ଏହାକୁ ନେଇ ସେ ଟ୍ୱିଟ୍ କରିଛନ୍ତି ଯେ, ‘ଭେଷ୍ଟାସ୍ ସଭାପତି ତଥା ସିଇଓ ହେନ୍ରିକ୍ ଆଣ୍ଡରସନଙ୍କ ସହ ବ୍ୟବହାରିକ ଆଲୋଚନା ହୋଇଛି । ପବନ ଉର୍ଜା କ୍ଷେତ୍ର ସହ ଜଡିତ ଅନେକ ବିଷୟ ଉପରେ ଆଲୋଚନା କରିଛୁ । ଆଗାମୀ ପିଢ଼ିର ସ୍ୱଚ୍ଛ ଭବିଷ୍ୟତ ପାଇଁ ଭାରତର ଏହା ଏକ ବଡ଼ ଯୋଜନା । ଉର୍ଜା କ୍ଷେତ୍ରରେ ଭେଷ୍ଟାସ୍ ହେଉଛି ବିଶ୍ୱର ଅଗ୍ରଣୀ କମ୍ପାନୀ ।