କୃଷି ବିଲକୁ ନେଇ ବର୍ଷିଲେ ରାହୁଲ, ‘ବ୍ୟଗ୍ରତା ପାଇଁ ବ୍ୟବସ୍ଥାକୁ ବରବାଦ୍ କରୁଛନ୍ତି ମୋଦି’
1 min readଚଣ୍ଡିଗଡ଼: ମୌସୁମୀ ଅଧିବେଶନରେ ସଂସଦରେ କୃଷି ଆଇନ୍ ପାରିତକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି । ବିରୋଧୀ କଂଗ୍ରେସ ଓ ଅନ୍ୟ ବିପକ୍ଷ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ କୃଷି ବିଲକୁ ନେଇ ବିରୋଧ ଜାରି ରଖିଛନ୍ତି । କୃଷି ବିଲକୁ ନେଇ ଆନ୍ଦୋଳନକୁ ଶାଣିତ କରିଛି କଂଗ୍ରେସ । ପଞ୍ଜାବରେ କୃଷକଙ୍କ ଆନ୍ଦୋଳନ ଚାଲିଥିବା ବେଳେ ସେଠାରେ କଂଗ୍ରେସ ଟ୍ରାକ୍ଟର ଯାତ୍ରା କରିଛି । ଯେଉଁଥିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାଗ ନେଇଥିଲେ । ସୋମବାର ପଞ୍ଜାବର ଭବାନୀଗଡ଼ରୁ ସମାନା ଅଭିମୁଖେ ଟ୍ରାକ୍ଟର ଯାତ୍ରା ଆରମ୍ଭ ହୋଇଛି ।
LIVE: Shri @RahulGandhi addresses a public meeting in Punjab during Kheti Bachao Yatra #किसान_संग_राहुल_गांधी https://t.co/NMpXUgAdLw
— Congress (@INCIndia) October 5, 2020
ନିଜ କ୍ଷେତ ବଞ୍ଚାଇବା ଯାତ୍ରା ଆରମ୍ଭରୁ ରାହୁଲ ଗାନ୍ଧି ପଞ୍ଜାବରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ରାହୁଲ ଗାନ୍ଧି ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି । ‘୬ ବର୍ଷ ମଧ୍ୟରେ ମୋଦି ସରକାର ଗରିବ, ଶ୍ରମିକ ଓ କୃଷକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଚାଲିଛନ୍ତି । ସରକାରଙ୍କ ଗୋଟିଏ ବି ନୀତି ଗରିବ ଜନତାଙ୍କୁ ଫାଇଦା ପହଞ୍ଚାଇବ ନାହିଁ ।’
ରାହୁଲ ଗାନ୍ଧି କହିଛନ୍ତି- ‘ନୋଟବନ୍ଦୀ ପରେ ଜିଏସଟି ଆଣିଥିଲେ, ଏବେ କୌଣସି ଛୋଟ ଦୋକାନୀ କିମ୍ବା ବ୍ୟବସାୟୀଙ୍କୁ ପଚାରନ୍ତୁ ଜିଏସଟିରୁ କଣ ଲାଭ ମିଳିଲା । ଆଜି ଯାଏଁ ଛୋଟ ବ୍ୟବସାୟୀ ଜିଏସଟି କଣ ବୁଝିପାରି ନାହାଁନ୍ତି ।’
श्री राहुल गांधी जी ने भवानीगढ़ की अनाज मंडी में किसानों के साथ मुलाकात कर उनके सोने रूपी फसल और खेतों की रक्षा का प्रण लिया। किसानों की इस लड़ाई को कांग्रेस पार्टी आगे होकर लड़ेगी और काले कानूनों से किसानों की खेती की रक्षा करेगी। #किसान_संग_राहुल_गांधी pic.twitter.com/VGg5a7qoLA
— Congress (@INCIndia) October 5, 2020
କରୋନା ସଂକଟ କାଳରେ ଦେଖା ଦେଇଥିବା ସମସ୍ୟାକୁ ନେଇ ରାହୁଲ ଗାନ୍ଧି କହିଛନ୍ତି- ‘କରୋନା ସମୟରେ ମୁଁ ନରେନ୍ଦ୍ର ମୋଦିଙ୍କୁ କହିଥିଲି ଗରିବଙ୍କୁ ସାହାଯ୍ୟ କରନ୍ତୁ, ଭୋକିଲା ପେଟରେ ଶ୍ରମିକ ହଜାର ହଜାର କିଲୋମିଟର ପାଦରେ ଚାଲିକରି ଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ସାହାଯ୍ୟ ପାଇଁ କହିଥିଲି, ତଥାପି ମୋଦି କିଛି ପଦକ୍ଷେପ ନେଇ ନଥିଲେ ।’
କଣ ପାଇଁ ବ୍ୟସ୍ତ ଥିଲେ: ରାହୁଲ
କୃଷକଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି- ‘ମୁଁ ଆପଣଙ୍କୁ ପଚାରୁଛି ସଂକଟ ସମୟରେ ଏହି ଆଇନକୁ କାହିଁକି ଆଣିଲେ ? କେଉଁଥି ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ ? କାରଣ ମୋଦି ଜାଣିଛନ୍ତି କୃଷକ ଓ ଶ୍ରମିକଙ୍କ ପେଟରେ କୁରାଢ଼ି ମାରିଲେ ସେ ଘରୁ ବାହାରି ପାରିବେ ନାହିଁ । ସେଥିପାଇଁ ନରେନ୍ଦ୍ର ମୋଦି ପୂରା ବ୍ୟବସ୍ଥାକୁ ବରବାଦ୍ କରି ଚାଲିଛନ୍ତି । ଯେଉଁଠି ଶ୍ରମିକଙ୍କୁ ଫସଲର ସର୍ବନିମ୍ନ ବିକ୍ରୟ ମୂଲ୍ୟ(MSP) ଗ୍ୟାରେଣ୍ଟି ଦୋ କଥା ସେଠି ସେ ତିନୋଟି ବିଲ୍ ଆଣି କୃଷକ ଓ ଶ୍ରମିକଙ୍କୁ ମାରୁଛନ୍ତି ।’
କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ରାହୁଲ କହିଛନ୍ତି- ‘କୃଷକଙ୍କ ପାଖରେ ୨ଟି ବିକଳ୍ପ ଅଛି- ଆଦାନୀ କିମ୍ବା ଅମ୍ବାନୀ । ଏବେ ଆପଣ କୁହନ୍ତୁ କଣ ଏକ କୃଷକ ଲଢ଼ି ପାରିବ ? କଣ କୃଷକ ମୋଦିଙ୍କ ସହ ଆଲୋଚନା କରିପାରିବ ? ଜମାରୁ ନୁହେଁ, ସବୁ ସାରିଦେବା ହେଉଛି ମୋଦିଜୀଙ୍କ ଲକ୍ଷ୍ୟ । ମୁଁ ଏଠାରେ କବେଳ କୃଷକ ଓ ଶ୍ରମିକଙ୍କ ପାଇଁ ଛିଡ଼ା ହୋଇନି ବରଂ ପୂରା ଦେଶର ଜନତାଙ୍କ ପାଇଁ ଛିଡ଼ା ହୋଇଛି । କାରଣ କ୍ଷତି କେବଳ କୃଷକ କିମ୍ବା ଶ୍ରମିକଙ୍କୁ ହେବ ନାହିଁ । ଏହାଦ୍ୱାରା କ୍ଷତି ପୂରା ଦେଶକୁ ହେବ ।’