ହାଥରସ୍ ଗଣଦୁଷ୍କର୍ମ ଘଟଣା: ଡରିବିନି କି ନଇଁବିନି କହିଲେ ରାହୁଲ…
1 min read
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗଣଦୁଷ୍କର୍ମ ଘଟଣା ନେଇ ବଢୁଛି ରାଜନୈତିକ ପାରା । ଗାନ୍ଧି ଜୟନ୍ତୀ ଅବସରରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ସେ କାହାକୁ ଡରିବେନି କି ଅନ୍ୟାୟ ଆଗରେ ନଇଁବେନି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି ।
‘मैं दुनिया में किसी से नहीं डरूंगा… मैं किसी के अन्याय के समक्ष झुकूं नहीं, मैं असत्य को सत्य से जीतूं और असत्य का विरोध करते हुए मैं सभी कष्टों को सह सकूं।’
गाँधी जयंती की शुभकामनाएँ।#GandhiJayanti
— Rahul Gandhi (@RahulGandhi) October 2, 2020
ଗତକାଲି ହାଥ୍ରସ ଘଟଣାକୁ ନେଇ ରାଜନୈତିକ ଘମାସନ ଦେଖିବାକୁ ମିଳିଥିଲା । ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ହାଥରସ ଯାଉଥିଲେ । ତେବେ ପୋଲିସ ଅଟକାଇବାରୁ ଗ୍ରେଟର ନୋଏଡା ଆଗକୁ ବଢିପାରିନଥିଲେ । ଏହାପରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ୨ଶହରୁ ଅଧିକ ନେତାଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରାଯାଇଛି ।
ଗୁରୁବାର କଂଗ୍ରେସର ବିରୋଧ ପ୍ରଦର୍ଶନ ପରେ ହାଥରସରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି । ପୀଡ଼ିତାଙ୍କ ଗାଁକୁ ସମସ୍ତ ରାସ୍ତା ସିଲ୍ କରାଯାଇଛି । ଶହ ଶହ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟ ଯୋଗୀ ସରକାର, ହାଥରସ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି ।
ନୋଟିସ୍ କରାଯିବା ଘଟଣାକୁ ସ୍ୱାଗତ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୂରା ଦେଶ ହାଥରସ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗୁଛି । ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ଆଦେଶ ଆଶାର କିରଣ ଆଣିଛି ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ପ୍ରଶ୍ନ ଘେରରେ ରହିଛି ହାଥରସ୍ ଜିଲ୍ଲାପାଳଙ୍କ ଭୂମିକା । ପୀଡ଼ିତାଙ୍କ ପରିବାରକୁ ସେ ଧମକାଇଥିବା ଅଭିଯୋଗ ହୋଇଛି ।