ବିରାଟଙ୍କ ସପକ୍ଷରେ ବାହାରିଲେ ରାହୁଲ ଗାନ୍ଧୀ

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚଳିତ ଟି-୨୦ ବିଶ୍ବକପରେ ନୈରାଶଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ସମସ୍ତଙ୍କ ନଜର ଥିଲା ଦ୍ବିତୀୟ ମ୍ୟାଚ ଉପରେ । କାହିଁକି ନା ଭାରତକୁ ଚଳିତ ଟି-୨୦ ବିଶ୍ବକପରେ ସେମିଫାଇନାଲକୁ ଯିବା ପାଇଁ ଦ୍ବିତୀୟ ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । କିନ୍ତୁ ପ୍ରଥମ ମ୍ୟାଚରେ କରିଥିବା ଭୁଲକୁ ମଧ୍ୟ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୋହରାଇଥିଲେ । ଯାହା ଫଳରେ ଲଗାତର ଭାବରେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି ବିରାଟ ବାହୀନି । ତେବେ ଦ୍ବିତୀୟ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳର ଅଧିନାୟକଙ୍କୁ ସୋସିଆଲ ମିଡିଆରେ ବାରମ୍ବାର କାଉଣ୍ଟର କରାଯାଉଛି । ଏମିତିକି ବିରାଟଙ୍କ ପରିବାରକୁ ମଧ୍ୟ ଧମକ ଦିଆଯାଉଛି । ତେବେ ଏସବୁ ଭିତରେ ବିରାଟ କୋହଲିଙ୍କ ସମର୍ଥନରେ ଆଗକୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି କି ଏ ସମସ୍ତ ଲୋକଙ୍କ ମନ ଘୃଣାରେ ପରିପୂର୍ଣ୍ଣ, ସେମାନଙ୍କୁ କେହି ଭଲ ପାଆନ୍ତି ନାହିଁ । ସେମାନଙ୍କୁ କ୍ଷମା କର ଏବଂ ଦଳକୁ ଏବେ ରକ୍ଷା କର ବୋଲି ଟୁଇଟ କରି କହିଛନ୍ତି  ରାହୁଲ ଗାନ୍ଧୀ ।

ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଭାରତର ଶୋଚନୀୟ ପରାଜୟ ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ । ସେତେବେଳେ ମଧ୍ୟ ମହମ୍ମଦ ସାମିଙ୍କୁ ସପକ୍ଷରେ ଆଗକୁ ଆସିଥିଲେ ରାହୁଲ ଗାନ୍ଧୀ ।

ଲଗାତର କିଛି ଦିନ ହେବ ସୋସିଆଲ ମିଡିଆରେ ଆଲୋଚନାର ଶିକାର ହେଉଛନ୍ତି ବିରାଟ କୋହଲି । ବିଶ୍ବକପରେ ପରାଜୟ ଖାଲି ଏହାର କାରଣ ନୁହେଁ । କିଛି ଦିନ ପୂର୍ବରୁ ଦୀପାବଳିକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲା ଯାହାକୁ ନେଇ ମଧ୍ୟ ବହୁ ସମାଲୋଚନାର ଶିକାର ହୋଇଥିଲେ ବିରାଟ କୋହଲି । ତେବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିବା ପରେ ସମସ୍ତଙ୍କ ଟାର୍ଗେଟରେ ପୁଣି ଏବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଖରାପ ଅଧିନାୟକତ୍ବ, ଦଳର ଖରାପ ପ୍ରଦର୍ଶନ ପରି ବିଭିନ୍ନ ପ୍ରକାର କାରଣ ପାଇଁ ସମାଲୋଚକମାନଙ୍କ ଟାର୍ଗେଟରେ ଅଛନ୍ତି ବିରାଟ । ଖାଲି ବିରାଟଙ୍କୁ ନୁହେଁ ତାଙ୍କ ୧୦ ମାସର ଝିଅଙ୍କୁ ନେଇ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ପଛାଇ ନାହନ୍ତି ସମାଲୋଚକ ।

Leave a Reply