spot_img

Latest Posts

ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ୋ ଅଭିଯାନ; ରାହୁଲ କରିବେ ୩୫ଶହ କିମି ରାସ୍ତା ପଦଯାତ୍ରା!

ନୂଆଦିଲ୍ଲୀ : ତ୍ରିରଙ୍ଗା ଉପରେ ଚାଲିଛି ଆକ୍ରମଣ । ଦେଶର ପ୍ରତି ନାଗରିକଙ୍କ ଭାଷାକୁ ପ୍ରତିନିଧିତ୍ୱ କରିଥାଏ ତ୍ରିରଙ୍ଗା । ପ୍ରତି ରାଜ୍ୟର ବି ପ୍ରତିନିଧିତ୍ୱ କରିଥାଏ ଜାତୀୟ ପତାକା । ମାତ୍ର ବର୍ତ୍ତମାନ ତ୍ରିରଙ୍ଗାର ମୂଳ ଭାବାଦର୍ଶ ଉପରେ ଆକ୍ରମଣ ଚାଲିଛି । ପତାକାର ନୀତି ଓ ମୂଲ୍ୟବୋଧ ଉପରେ ଆକ୍ରମଣ କରାଯାଉଛି। ଏହା ବିରୋଧରେ ଦେଶବାସୀ ଏକାଠି ହେବା ଲାଗି ଆହ୍ୱାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି।

କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ପୂର୍ବରୁ ଆୟୋଜିତ ରାଲିରେ ଦେଶର ଏକତା, ଅଖଣ୍ଡତା ରକ୍ଷା ଲାଗି ଆହ୍ୱାନ ଜଣାଇଛନ୍ତି ରାହୁଲ। ଦରବୃଦ୍ଧି, ବେକାରୀ ବିରୋଧରେ କନ୍ୟାକୁମାରୀରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ୋ ଅଭିଯାନ । ଏକ ସାଧାରଣ ସଭାରେ କଂଗ୍ରେସ ନେତା କହିଛନ୍ତି- ଦେଶକୁ ଯୋଡ଼ିବା ଲାଗି କଂଗ୍ରେସର ଏହି ପଦକ୍ଷେପ । ଦେଶରେ ଦରବୃଦ୍ଧି, ବେକାରୀ, ପ୍ରସାର ହେଉଥିବା ଘୃଣାଭାବ ବିରୋଧରେ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି। ଗୁରୁବାର ସକାଳୁ ଆରମ୍ଭ ହେବ ପଦଯାତ୍ରା । ପ୍ରାୟ ୩ ହଜାର ୫୦୦ କିଲୋମିଟର ଦୀର୍ଘ ଯାତ୍ରା ଚାଲିବ ୧୫୦ ଦିନ। ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ।

ବୁଧବାର ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାମିଲନାଡୁର ଶ୍ରୀପେରୁମ୍ବୁଦୁର ଯାଇ ସେଠାରେ ରାଜୀବ ଗାନ୍ଧି ସ୍ମାରକୀକୁ ପରିଦର୍ଶନ କରିଥିଲେ। ସେଠାରେ ୧୯୯୧ ମେ ୨୧ରେ ଏକ ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ରାଜୀବ। ରାହୁଲ କହିଛନ୍ତି- ଦେଶକୁ ବିଜେପିମୁକ୍ତ କରିବା ଲାଗି ଭାରତ ଯୋଡ଼ୋ ଅଭିଯାନ ତାଙ୍କ ଲାଗି ଏକ ତପସ୍ୟା । କାର୍ଯ୍ୟକ୍ରମ ଅନୁସାରେ ସକାଳ ୭ଟାରୁ ସନ୍ଧ୍ୟା ସାଢେ ୬ଟା ମଧ୍ୟରେ ରାହୁଲଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦୁଇଟି ବ୍ୟାଚରେ ପଦଯାତ୍ରା କରିବେ। ଏହି ଯାତ୍ରା ୧୨ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଗତି କରିବ। ଏହି ଅବସରରେ ସାମିଲ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ବରିଷ୍ଠ ନେତା ଜୟରାମ ରମେଶଙ୍କ ସମେତ ବହୁ ହେଭିୱେଟ। ଏହି ରାଲି ଥିରୁବନନ୍ତପୁରମ, କୋଚି, ନୀଳାମ୍ବୁର, ମହୀଶୀର, ବେଲାରୀ, ରାଇଚୁର, ବିକାରାବାଦ, ଇନ୍ଦୋର, କୋଟ, ବୁଲନ୍ଦ ସହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ ଦେଇ ଜାମ୍ମୁରେ ପହଞ୍ଚିବ।

Latest Posts

Don't Miss