‘ମୋଦିଙ୍କ ଅହଙ୍କାର ପାଇଁ କିଷାନଙ୍କ ବିରୋଧରେ ଯବାନ’, ଦେଶ ପାଇଁ ଏହା ବିପଦଜ୍ଜନକ କହିଲେ ରାହୁଲ
1 min readନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥର କୃଷକ ଆନ୍ଦୋଳନର ସାହାରା ନେଇ କେନ୍ଦ୍ରରେ ଥିବା ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ୪ଟି ଭିନ୍ନ ଭିନ୍ନ ଫଟୋ ଟ୍ୱିଟ୍ କରି ପୋଲିସର ଦମନଲୀଳାକୁ ସମାଲୋଚନା କରିବା ସହ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି ।
ରାହୁଲ ଏକ ଫଟୋ ସେୟାର କରି ସେଥିରେ ଲେଖିଛନ୍ତି ଯେ, ‘ଏହା ଅତ୍ୟନ୍ତ ଦୁଃଖଦ ଫଟୋ । ଆମର ସ୍ଲୋଗାନ ଥିଲା ‘ଜୟ ଯବାନ ଜୟ କିସାନ’ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହଂକାର ଯୋଗୁଁ ଚାଷୀ ଏବଂ ଯବାନ ସାମ୍ନା ସାମ୍ନି ହୋଇଛନ୍ତି । ଏହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ।’
बड़ी ही दुखद फ़ोटो है। हमारा नारा तो ‘जय जवान जय किसान’ का था लेकिन आज PM मोदी के अहंकार ने जवान को किसान के ख़िलाफ़ खड़ा कर दिया।
यह बहुत ख़तरनाक है। pic.twitter.com/1pArTEECsU
— Rahul Gandhi (@RahulGandhi) November 28, 2020
ସେହିଭଳି ପ୍ରିୟଙ୍କା ଲେଖିଛନ୍ତି ଯେ, ‘ବିଜେପି ସରକାରରେ ଦେଶର ବ୍ୟବସ୍ଥାକୁ ଟିକେ ନଜର ପକାନ୍ତୁ । ଯେତେବେଳେ ବିଜେପିର ଅରବପତି ବନ୍ଧୁମାନେ ଦିଲ୍ଲୀ ଆସୁଛନ୍ତି ସେମାନଙ୍କୁ ଲାଲ୍ କାର୍ପେଟ୍ରେ ପାଛୋଟି ନିଆଯାଉଛି । ହେଲେ ଚାଷୀ ଭାଇମାନେ ଯେତେବେଳେ ଦିଲ୍ଲୀ ଆସିବାକୁ ଚାହୁଁଛନ୍ତି ସେତେବେଳେ ତାଙ୍କ ପାଇଁ ରାସ୍ତା ଖୋଳି ଦିଆଯାଉଛି । ଦିଲ୍ଲୀରେ ଥାଇ ଚାଷୀଙ୍କ ବିରୋଧରେ ଆଇନ୍ ପ୍ରଣୟନ କରି ପାରିବେ କିନ୍ତୁ ଚାଷୀଙ୍କୁ ଦିଲ୍ଲୀରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବେ ନାହିଁ । ଦିଲ୍ଲୀ ଆସି ସରକାରଙ୍କୁ ଚାଷୀମାନେ ଅଭିଯୋଗ କରିବା କ’ଣ ଭୁଲ୍ କି ? ବୋଲି ପ୍ରିୟଙ୍କା ନିଜ ପୋଷ୍ଟରେ ପ୍ରଶ୍ନ କରିଛନ୍ତି ।
भाजपा सरकार में देश की व्यवस्था को देखिए
जब भाजपा के खरबपति मित्र दिल्ली आते हैं तो उनके लिए लाल कालीन डाली जाती है।
मगर किसानों के लिए दिल्ली आने के रास्ते खोदे जा रहे हैं।
दिल्ली किसानों के खिलाफ कानून बनाए वह ठीक, मगर सरकार को अपनी बात सुनाने किसान दिल्ली आए तो वह गलत? pic.twitter.com/rm7CFmaWAL
— Priyanka Gandhi Vadra (@priyankagandhi) November 28, 2020
ସୂଚନାଯୋଗ୍ୟ, ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶୁକ୍ରବାର ଦିଲ୍ଲୀ ସୀମାରେ ପୋଲିସ ଓ ଚାଷୀମାନଙ୍କ ମଧ୍ୟରେ ଜୋରଦାର୍ ଟକ୍କର ହୋଇଛି । ଏମିତିକି ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ନଦେବା ପାଇଁ ପୋଲିସ ସେମାନଙ୍କ ଉପରକୁ ଥଣ୍ଡା ଦିନରେ ପାଣି ମାଡ଼ କରିବାକୁ ବି ପଛେଇ ନଥିଲା । ଖାଲି ସେତିକି ନୁହେଁ ଚାଷୀ ଯେଉଁ ରାସ୍ତା ଦେଇ ଆସୁଥିଲେ ସେହି ରାସ୍ତାକୁ ଖୋଳି ଦିଆଯାଇଥିଲା । ରାସ୍ତାରେ ବିରାଟ ଖାଲ କରି ଦିଆଯାଇଥିଲା । ହେଲେ ଚାଷୀ ନିଜ ଜିଦ୍ରେ ଅଟଳ ଥିଲେ । ଯେତେ ବାଧା ବିଘ୍ନ ଆସିଲେ ବି ତାଙ୍କର ଦିଲ୍ଲୀ ଚଲୋ ଆନ୍ଦୋଳନକୁ ସଫଳ କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଶେଷରେ ସରକାର ବାଧ୍ୟ ହୋଇ ଚାଷୀଙ୍କୁ ଦିଲ୍ଲୀରେ ଏଣ୍ଟ୍ରି ଦେବାକୁ ଅନୁମତି ଦେଇଥିଲେ ।