spot_img

Latest Posts

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା। ଏହି ପ୍ରସଙ୍ଗ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ଓ କ୍ଯାରିୟର ସହିତ ଜଡ଼ିତ ଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଲୋକସଭାରେ ଦାବି କରିଥିଲେ ବିରୋଧୀ ସାଂସଦ। ପୁରା ଗୋଟିଏ ଦିନ ଏ ନେଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। କିନ୍ତୁ ଦାବିକୁ ଗ୍ରହଣ କରି ନାହାନ୍ତି ବାଚସ୍ପତି। ତା ବଦଳରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବାରୁ ବିରୋଧୀ କକ୍ଷତ୍ଯାଗ କରିଛନ୍ତି।

ସେପଟେ ରାଜ୍ଯସଭାରେ ବିରୋଧୀ ଦଳ ନେତା ମଲ୍ଲିକର୍ଜୁନ ଖଡ଼ଗେ କହିଛନ୍ତି, କେବଳ ନିଟ୍ କି ଏନଟିଏ ନୁହେଁ, ସୁପ୍ରିମକୋର୍ଟଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପୁରା ଶିକ୍ଷା ବ୍ଯବସ୍ଥାର ସମୀକ୍ଷା ହେବା ଉଚିତ। ଅଗ୍ନିବୀର ଯୋଜନାକୁ ପ୍ରତ୍ଯାହାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା। ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେବଳ କିଛି ସ୍ଲୋଗାନର ଭାଷଣ ଦେବା ଛଡ଼ା ମୋଦି କିଛି କରୁ ନାହାନ୍ତି। ମଣିପୁର ଜଳୁଥିବା ବେଳେ ସେହି ରାଜ୍ଯକୁ ଗସ୍ତ କରି ନାହାନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଭାଷଣରେ ଗରିବ, ଦଳିତଙ୍କ ପାଇଁ କିଛି ନାହିଁ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଦେଶକୁ ଆଗେଇ ନେବା ପାଇଁ ସରକାରଙ୍କ କିଛି ଭିଜନ ନାହିଁ କି ଲକ୍ଷ୍ଯ ନାହିଁ। କେବଳ ସରକାରଙ୍କୁ ପ୍ରଶଂସା କରିବା ଛଡ଼ା ଏଥିରେ କିଛି ନାହିଁ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ।

Latest Posts

Don't Miss