କର୍ଣ୍ଣାଟକ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ :  ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ରାହୁଲଙ୍କ ମେଗା ଶୋ’ । ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ରାହୁଲ ଗାନ୍ଧୀ । ରୋଡ ସୋ, ଜନସଭା, ମନ୍ଦିର ପରିଦର୍ଶନ ଆଦି କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ । ହୁବାଲି ଏୟାରପୋର୍ଟରେ ପହଞ୍ଚିବା ପରେ ରାହୁଲଙ୍କୁ ସ୍ବାଗତ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହୁବାଲି କଂଗ୍ରେସ ପ୍ରାର୍ଥୀ ଜଗଦୀଶ ସେଟ୍ଟର ।

ବାସବ ଜୟନ୍ତୀ ଅବସରରେ ସଙ୍ଗମନଥା ମନ୍ଦିରରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିବା ସହ କୁଦାଲାଠାରେ ଆୟୋଜିତ ବାସବ ଜୟନ୍ତୀ ସମାରୋହରେ ରାହୁଲ ସାମିଲ ହୋଇଛନ୍ତି । ଆଜି ସଂନ୍ଧ୍ୟାରେ ବିଜୟପୁରରେ ଏକ ବିରାଟ ରୋଡ ଶୋରେ ରାହୁଲ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।