ଭାରତ ଯୋଡୋ ପଦଯାତ୍ରା: ରାହୁଲ ଦୌଡିଲେ, ନାଚିଲେ

ଗୋଲାପଲ୍ଲୀ: ତେଲେଙ୍ଗାନାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ପଦଯାତ୍ରା । ଆଜି ସକାଳୁ ଧରମାପୁରରୁ ପଦଯାତ୍ରା ଆରମ୍ଭ ହୋଇଛି । ରାହୁଲଙ୍କ ସହ ହଜାର ହଜାର ସମର୍ଥନ ପଦଯାତ୍ରାରେ ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ରାହୁଲଙ୍କ ତମାମ ଫଟୋ, ଭିଡିଓ ଭାଇରାଲ ହେଉଛି ।

ଏଥିରେ ରାହୁଲଙ୍କୁ ବିଭିନ୍ନ ମୁଡ଼ରେ ଦେଖିବାକୁ ମିଳିଥିଲା । କୋମୁ କୋୟା ଆଦିବାସୀଙ୍କ ସହ ମିଶି ରାହୁଲ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିବା ବେଳେ ଗୋଲାପଲ୍ଲୀରେ ସ୍ଥାନୀୟ ଲୋକଙ୍କ ସହ ପାରମ୍ପରିକ ବାଥ୍ୟୁକାମ୍ମା ନୃତ୍ୟ କରିଥିଲେ । ସେହିପରି ପଦଯାତ୍ରା ବେଳେ ରାହୁଲ ଗାନ୍ଧୀ ସ୍କୁଲ ପିଲାଙ୍କ ସହ ଦୌଡୁଥିବାର ଏକ ଭିଡିଓ ଟ୍ବିଟରରେ ଟ୍ରେଣ୍ଡ କରୁଛି । ସ୍କଲ ପିଲାଙ୍କ ସହ ରହୁଲ ହଠାତ୍ ଦୌଡ଼ିବା ଆରମ୍ଭ କରିବା ପରେ ସିକ୍ୟୁରିଟି ଓ ସମର୍ଥକମାନେ ମଧ୍ୟ ଦୌଡ଼ିଥିଲେ । ଭିଡିଓ ଅପଲୋଡ ହେବାର ମାତ୍ର କିଛି ସମୟ ମଧ୍ୟକୁ ୫୦ ହଜାର ଲାଇକ ମିଳିଛି ।

ସେପଟେ ତାମିଲ ଅଭିନେତ୍ରୀ ପୁନମ କୌର କଂଗ୍ରେସ ପଦଯାତ୍ରାରେ ସାମିଲ ହୋଇଛନ୍ତି । ପଦଯାତ୍ରା ବେଳେ ରାହୁଲ ଗାନ୍ଧୀ ପୁନମଙ୍କ ହାତ ଧରିଥିବା ଫଟୋକୁ ନେଇ ବିଜେପି ନେତ୍ରୀ ଟୁଇଟ କରିଛନ୍ତି । ଯାହାକୁ ନେଇ ବିଜେପି ନେତ୍ରୀ ପ୍ରୀତି ଗାନ୍ଧୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏଭଳି ଦୁର୍ବଳ ମାନସିକତା ନିଜ ପରିବାର ଓ ବନ୍ଧୁଙ୍କ ପାଇଁ ମଧ୍ୟ କ୍ଷତିକାରକ ବୋଲି କଂଗ୍ରେସ କହିଛି । ସେହିପରି ବିଜେପି ନେତ୍ରୀଙ୍କ ଏଭଳି ପୋଷ୍ଟକୁ ନେଇ ବର୍ଷିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ।