ମଧ୍ୟପ୍ରଦେଶରେ ରାହୁଲଙ୍କ ଗର୍ଜନ

1 min read

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶରେ କଂଗ୍ରେସର ଜନ ଆକ୍ରୋଶ ରାଲି । ଶାଜାପୁର ଜିଲ୍ଲା କାଳାପିପଲରେ ଆୟୋଜିତ ସାଧାରଣ ସଭାରେ ବିଜେପି, ଆରଏସସ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ରାଜ୍ୟବାସୀଙ୍କୁ ବିଜେପି ପ୍ରତାରିତ କରିଛି । ଭାରତ ଯୋଡ ଯାତ୍ରା ସମୟରେ ଅନେକ ଲୋକ ତାଙ୍କୁ କହିଥିଲେ- ମଧ୍ୟପ୍ରଦେଶ ଦୁର୍ନୀତିର ଗନ୍ତାଘର ପାଲଟିଛି । ରାଜ୍ୟରେ ଛାତ୍ର, କୃଷକ ତଳିତଳାନ୍ତ ହେଉଛନ୍ତି । ଅନ୍ୟାୟ, ଦୁର୍ନୀତି ଆଦି ବିରୋଧରେ ରାଜ୍ୟରେ ଜନ ଆକ୍ରୋଶ ଯାତ୍ରା ହେଉଛି । ମଧ୍ୟପ୍ରଦେଶରେ ବିଜେପି ଯେତିକି ଭ୍ରଷ୍ଟାଚାର କରିଛି ସାରା ଦେଶରେ ଏତିକି ଘଟିନାହିଁ । ମଧ୍ୟାହ୍ନ ଭୋଜନ, ସ୍କୁଲ ୟୁନିଫର୍ମ ଆଦିରେ ବ୍ୟାପକ ଦୁର୍ନୀତି ହୋଇଛି । ଲୋକଙ୍କ ସରକାରକୁ ବିଜେପି ଚୋରି କରିଛି । ୧୮ ହଜାର କିଷାନ ଏଠାରେ ୧୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ପ୍ରତିଦିନ ୩ ଜଣ କୃଷକ ରାଜ୍ୟରେ ଆତ୍ମହତ୍ୟା କରୁଛନ୍ତି ବୋଲି କହିଛନ୍ତି ରାହୁଲ ।