spot_img

Latest Posts

କେରଳ କଂଗ୍ରେସରେ ଅଛି ସବୁ ଠିକଠାକ୍, କର୍ମୀ ଓ ନେତା ଅଛନ୍ତି ଏକାଠି : ରାହୁଲ ଗାନ୍ଧି

ଥିରୁଅନନ୍ତପୁରମ୍ : କେରଳ କଂଗ୍ରେସରେ ସବୁ ଠିକ୍ ଠାକ୍ ଅଛି। ସମସ୍ତ କଂଗ୍ରେସ ନେତା ଓ କର୍ମୀ ଏକାଠି ରହିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସାଂସଦ ଶଶୀ ଥରୁରଙ୍କୁ ନେଇ ନାନା ଚର୍ଚ୍ଚା ଜାରି ରହିଥିବାବେଳେ ରାହୁଲ ଏନେଇ ଏକ ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି। ଦିଲ୍ଲୀରେ କେରଳ କଂଗ୍ରେସ ନେତାଙ୍କ ବୈଠକରେ ସାମିଲ ହେବା ପରେ ଏହି ଫଟୋକୁ ପୋଷ୍ଟ କରିଥିଲେ ରାହୁଲ। କେରଳ  କଂଗ୍ରେସକୁ ଟିମ୍ କେରଳ ବୋଲି ଅଭିହିତ କରିଛନ୍ତି ରାହୁଲ। ଏହି ବୈଠକରେ ୨୦୨୬ରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା। ପାର୍ଟିର ଲାଇନ ବାହାରି ଯେଉଁମାନେ ଭିନ୍ନ ମତ ଦେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ କେରଳର ବରିଷ୍ଠ ନେତା। ଏହି ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, କେ.ସି. ଭେନୁଗୋପାଲ, ପ୍ରିୟଙ୍କା ଗାନ୍ଧୀ, ଶଶୀ ଥରୁର, କେରଳ ପିସିସି ସଭାପତି କେ. ସୁଧାକରନ, ସିଏଲପି ନେତା ଭି.ଡି. ସାଥୀସିନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଥରୁର ପ୍ରଶଂସା କରିବାକୁ ନେଇ କଂଗ୍ରେସର ହଇଚଇ ସୃଷ୍ଟି ହେବା ପରେ ଏହି ବୈଠକ ବସିଥିଲା।

Latest Posts

Don't Miss