spot_img

Latest Posts

ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା, ଉଦବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା। ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଏହି ଘଟଣା ଏବେ ଦେଶବ୍ଯାପୀ ଚର୍ଚ୍ଚାର କାରଣ ହୋଇଛି। ରାହୁଲ କହିଛନ୍ତି- ମଧ୍ଯପ୍ରଦେଶ ଦେବାସରେ ଜଣେ ଦଳିତ ଯୁବକଙ୍କୁ ପୋଲିସ ହେପାଜତରେ ହତ୍ଯା କରାଗଲା। ସେପଟେ ଓଡ଼ିଶାରେ ବି ଏପରି ଏକ ଦୁର୍ଭାଗ୍ଯଜନକ ଘଟଣା ଘଟିଛି। ଦୁଇଟି ଯାକ ଘଟଣା ଅତ୍ଯନ୍ତ ନିନ୍ଦନୀୟ। ବିଜେପିର ମନୁବାଦୀ ଚିନ୍ତାଧାରାର ଏସବୁ ଘଟଣା ହେଉଛି ପରିପ୍ରକାଶ। ସରକାରୀ ସ୍ତରରେ ପ୍ରୋତ୍ସାହନ ବିନା ଏସବୁ ଘଟଣା ଘଟି ନଥାଏ। ଦେଶରେ ବହୁଜନମାନଙ୍କ ପ୍ରତି ହେଉଥିବା ଅତ୍ଯାଚାରକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ସହ ଆମ୍ଭେମାନେ ରହିଛୁ ବୋଲି କହିଛନ୍ତି ରାହୁଲ। ସେମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ସେ ସଂଗ୍ରାମ କରିବେ ବୋଲି କହିଛନ୍ତି।

Latest Posts

Don't Miss