ଲୋକସଭାରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି, କହିଲେ- ଆମେ ଦୁଇ, ଆମର ୨ ଜଣଙ୍କ ସରକାର

1 min read
Rahul Gandhi In Lok Sabha Slams Modi Govt Over Farmers Protest And Farmers Law

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭାରେ ମନ୍ତବ୍ୟ ରଖିବା ବେଳେ ତିନି କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧି କହଛନ୍ତି ‘ପ୍ରଥମ ଆଇନରେ ବିଷୟ ମଣ୍ଡି ଉଚ୍ଛେଦ କରିବା, ଦ୍ୱିତୀୟ ଆଇନର ବିଷୟ ବଡ଼ ବଡ଼ ଶିଳ୍ପପତି ଖାଦ୍ୟଶସ୍ୟ ଓ ପନିପରିବା ଅସୀମିତ ଭାବେ ଗଚ୍ଛିତ ରଖିପାରିବେ ।’ ରାହୁଲ କହିଛନ୍ତି- କିଛି ବର୍ଷ ପୂର୍ବରୁ ପରିବାର ନିୟନ୍ତ୍ରଣ ପାଇଁ ଗୋଟିଏ ନାରା ଥିଲା ‘ଆମେ ଦୁଇ, ଆମର ଦୁଇ’ । ଆଜି ଦେଶକୁ ୪ ଜଣ ଲୋକ ପରିଚାଳିତ କରୁଛନ୍ତି । ଏହି ଲୋକ କିଏ ସମସ୍ତେ ଜାଣନ୍ତି ।

ରାହୁଲ ଗାନ୍ଧି କହିଛନ୍ତି- ‘ପିଏମ୍ କହୁଛନ୍ତି ସେ ବିକଳ୍ପ ଦେଇଛନ୍ତି । ହଁ ଆପଣ ୩ଗୋଟି ବିକଳ୍ପ ଦେଇଛନ୍ତି- ଭୋକ, ବେରୋଜଗାରୀ ଓ ଆତ୍ମହତ୍ୟା ।’ ରାହୁଲ ଗାନ୍ଧି ମୋଦଙ୍କ ଭାଷଣକୁ ମନେ ପକାଇ କୃଷି ଆଇନର ବିଷୟ ଓ ଉଦ୍ଦେଶ୍ୟ ନେଇ ଚର୍ଚ୍ଚା କରିଛନ୍ତି । ପ୍ରଥମ ଆଇନ୍ ବିଷୟରେ ଦେଶର କୌଣସି ବ୍ୟକ୍ତି ଯେତେବି ଚାହିଁବ ଖାଦ୍ୟଶସ୍ୟ, ପନିପରିବା କିଣିପାରିବ । ଯେତେବେଳେ ଦେଶରେ ଅସୀମିତ କିଣି ଯାଇପାରିବ ତ ମଣ୍ଡି କଣ ଯିବ । ଏହାର ଅର୍ଥ ପ୍ରଥମ ଆଇନର ଉଦ୍ଦେଶ୍ୟ ମଣ୍ଡିକୁ ଉଚ୍ଛେଦ କରିବା ।

ରାହୁଲ ଗାନ୍ଧି ଦ୍ୱିତୀୟ କୃଷି ଆଇନ୍ ଉପରେ ବି ଆଲୋଚନା କରିଛନ୍ତି । ଦ୍ୱିତୀୟ ଆଇନର ବିଷୟ ଆବଶ୍ୟକ ବସ୍ତୁ ଅଧିନିୟମକୁ ରଦ୍ଦ କରି ସାମଗ୍ରୀ ଗଚ୍ଛିତ ବା କଳାବଜାରୀକୁ ପ୍ରୋତ୍ସାହନ ଦେବା । ତୃତୀୟ ଆଇନ୍ ବିଷୟ ହେଉଛି- ଦେଶର କୃଷକ ଫସଲର ଦର ମାଗିବାକୁ ଶିଳ୍ପପତିଙ୍କ ପାଖକୁ ଯିବେ । ସେଥିରେ କିଛି ଏପଟସେପଟେ ଥିଲେ ଚାଷୀ ଅଦଲାତ ମଧ୍ୟ ଯାଇପାରିବେ ନାହିଁ ।

Leave a Reply