ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଜବାବ: କହିଲେ, କଂଗ୍ରେସକୁ ନିନ୍ଦା କରନ୍ତୁ, କିନ୍ତୁ ନିଜ କାମ କରନ୍ତୁ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ଜବାବ ରଖିଛନ୍ତି ପୂର୍ବ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ନେଇ କାହାଠାରୁ କୌଣସି ପ୍ରକାର ସାର୍ଟିଫିକେଟର ନେବାର ଆବଶ୍ୟକତା ନାହିଁ । ସେ ସାରା ଜୀବନ ଦେଶର ସେବା କରିବାରେ ବିତାଇଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ କହିଥିବା ବେଳେ ଜବାବରେ ଏହା କହିଛନ୍ତି ରାହୁଲ ।

ସେ ଆହୁରି କହିଛନ୍ତି, ମୋଦି ସରକାର କଂଗ୍ରେସକୁ ଡରନ୍ତି । ସେ ପୂରା ମାର୍କେଟିଂର ଧନ୍ଦା ଚଲାଇଛନ୍ତି । ତାଙ୍କ ବନ୍ଧୁ ଅଛନ୍ତି ଯେଉଁମାନେ ମିଛ ପ୍ରଚାର କରୁଛନ୍ତି । ଡରିବା ସ୍ୱାଭାବିକ ଯାହା ପାର୍ଲିଆମେଣ୍ଟରେ ସ୍ପଷ୍ଟ ଦେଖାଗଲା । ଦେଶର ପ୍ରଧାନମନ୍ତ୍ରୀ ନିଜର ପୂରା ଭାଷଣରେ କେବଳ ଆଉ କେବଳ କଂଗ୍ରେସର ନିନ୍ଦା କଲେ । କିନ୍ତୁ ତାଙ୍କ ସରକାର ଦେଇଥିବା ପ୍ରତିଶ୍ରୁତିର କାର୍ଯ୍ୟକାରିତା ନେଇ କିଛି କହିଲେ ନାହିଁ ।

ମୁଁ କୋଭିଡ ନେଇ ପୂର୍ବରୁ ସତର୍କ କରାଇଥିଲି । କିନ୍ତୁ କେହିଁ ଶୁଣିଲେ ନାହିଁ । ବର୍ତ୍ତମାନ ପାକିସ୍ତାନ-ଚୀନ ଏକାଠି ହୋଇଯାଇଛନ୍ତି । ଯାହା ଭାରତ ପାଇଁ ବଡ଼ ବିପଦ । ଏହାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ । କିନ୍ତୁ ପ୍ରଧାନମନ୍ତ୍ରୀ ଏ ପ୍ରସଂଗରେ ଚୁପ୍ ରହୁଛନ୍ତ । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଗାଳି ଦିଅନ୍ତୁ କିନ୍ତୁ ନିଜ କାମ ମଧ୍ୟ କରନ୍ତୁ ବୋଲି କହିଛନ୍ତି ରାହୁଲ ।

ଏଥିସହିତ ପଢ଼ନ୍ତୁ: ଅଖିଳେଶଙ୍କ ପାଇଁ ପ୍ରଚାର ମୈଦାନରେ ମମତା,: ‘ଯୋଗୀ ଆସିଲେ ତମକୁ ଖାଇଯିବ‘

Leave a Reply