spot_img

Latest Posts

ରାଏବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ, ଅମେଠୀରୁ କିଶୋରୀଲାଲ

ବାରଣାସୀ: ରାଏବରେଲୀରୁ ଲଢିବେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ। ସେପଟେ ଅମେଠୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ନେତା କିଶୋରୀଲାଲ ଶର୍ମା। ଏ ନେଇ ଆଜି ଏଆଇସିସି ପକ୍ଷରୁ ଟିକେଟ ଘୋଷଣା ହୋଇଛି। ଆଜି ରାୟବରେଲୀ ଓ ଅମେଠୀ ଆସନ ନାମାଙ୍କନର ଶେଷ ଦିନ ରହିଛି। ଅମେଠୀରୁ ଲଢୁଥିବା କେ. ଏଲ ଶର୍ମା ଗାନ୍ଧୀ ପରିବାରର ନିକଟତର କୁହାଯାଉଛି। ଅମେଠୀରୁ ପୂର୍ବରୁ ବିଜେପିର ସ୍ମୃତି ଇରାନୀ ନାମାଙ୍କନ ଦାଖଲ କରିସାରିଛନ୍ତି।

ରାୟବରେଲୀରୁ ବିଜେପି ଦୀନେଶ ପ୍ରତାପ ସିଂହଙ୍କୁ ଟିକେଟ ଦେଇଛି। ଦୀନେଶ ପ୍ରତାପ ସିଂହ ୨୦୧୯ରେ ରାୟବରେଲୀରେ ସୋନିଆଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ। ୨୦୧୯ରେ ସୋନିଆ ଗାନ୍ଧିଙ୍କ ଠାରୁ ଦିନେଶ ପ୍ରତାପ ସିଂହ ୧ ଲକ୍ଷ ୬୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ଅମେଠୀ ଏବଂ ରାୟବରେଲୀ ଗାନ୍ଧି-ନେହରୁ ପରିବାର ପାରମ୍ପରିକ କ୍ଷେତ୍ର ଭାବେ ରହିଛି।

ଅନେକ ଦଶକ ଧରି ଏହି ପରିବାର ଦୁଇ ଆସନରୁ ପ୍ରତିନିଧିତ୍ଵ କରି ଆସୁଛନ୍ତି।ତେବେ ୨୦୧୯ରେ ରାହୁଲ ଅମେଠୀରୁ ନିର୍ବାଚନ ହାରି ଯାଇଥିଲେ। ରାହୁଲ ଗାନ୍ଧି ଏବେ ୱାଇନାଡରୁ ସାଂସଦ ଅଛନ୍ତି।ଚଳିତ ଥର ମଧ୍ୟ କେରଳ ୱାଇନାଡ ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ। ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୱାଏନାଡରେ ଭୋଟଗ୍ରହଣ ସରିଛି। ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ରାୟବରେଲୀରୁ ପ୍ରତିନିଧିତ୍ଵ କରିଥିଲେ।

ଏହା ପୂର୍ବରୁ ସୋନିଆ ଗାନ୍ଧି ରାଜନୀତି ପ୍ରବେଶ କରିବା ପରେ ଅମେଠୀରୁ ପ୍ରତିନିଧିତ୍ଵ କରିଥିଲେ। ୧୯୯୯ରେ ପ୍ରଥମଥର ଲାଗି ଅମେଠୀରୁ ନିର୍ବାଚନ ଲଢିଥିଲେ ସୋନିଆ ଗାନ୍ଧି।

Latest Posts

Don't Miss