ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ନଇଁବା ମୋତେ ଭଲ ଲାଗେନି: ରାହୁଲ ଗାନ୍ଧୀ
1 min readଚେନ୍ନାଇ: ନିର୍ବାଚନକୁ ନେଇ ଉଷ୍ମ ଅଛି ରାଜନୀତି । ତାମିଲନାଡ଼ୁ ଗସ୍ତରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଚେନ୍ନାଇରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ବିଜେପି ସହ AIADMKକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି- ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଯେତେବେଳେ ମୋଦି ଓ ଶାହଙ୍କ ପାଦ ଛୁଅଁନ୍ତି, ତାଙ୍କ ସାମ୍ନାରେ ନଇଁବା ଦେଖିଲେ ଖରାପ ଲାଗେ । ଯେତେବେଳେ ମୁଁ ଦେଖେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନିୟନ୍ତ୍ରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଚୁପଚାପ୍ ତାଙ୍କ ପାଦ ଛୁଉଁଛନ୍ତି ମୋତେ ପସନ୍ଦ ଆସେନି ।
I saw a picture of an elected representative touching the feet of Amit Shah. The only relationship possible in BJP is where you have to touch the feet of the leader of BJP, bow down before Narendra Modi or Amit Shah: Rahul Gandhi, Congress addresses a public rally in Chennai pic.twitter.com/XfSqaeY8DZ
— ANI (@ANI) March 28, 2021
ରାହୁଲ୍ କହିଛନ୍ତି- ମୁଁ ଏକ ଫଟୋରେ ଦେଖିଲି ଜଣେ ନିର୍ବାଚିତ ପ୍ରତିନିଧି ଅମିତ ଶାହଙ୍କ ପାଦ ଛୁଉଁଛନ୍ତି । ଏମିତି ସମ୍ପର୍କ ବିଜେପିରେ ସମ୍ଭବ । ଯେଉଁଠି ଆପଣଙ୍କୁ ବିଜେପିର ନେତାଙ୍କ ପାଦ ଛୁଇଁବାକୁ ପଡ଼ିବ । ଯେଉଁଠି ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିବ ।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ଚାହାଁନ୍ତି ନାହିଁ । କିନ୍ତୁ ସେ କରିଥିବା ଦୁର୍ନୀତି ଲାଗି ଏମିତି କରିବାକୁ ବାଧ୍ୟ । ରାହୁଲ ଗାନ୍ଧୀ ଚେନ୍ନାଇ କଂଗ୍ରେସ ପ୍ରାର୍ଥୀ ହସନ ହାରୁନଙ୍କ ଲାଗି ଭୋଟ୍ ପ୍ରଚାର ବେଳେ ଆୟୋଜିତ ଜନସଭାରେ ଏମିତି କହିଛନ୍ତି ।