ଫେସବୁକ୍-ହ୍ୱାଟ୍ସଆପରେ ବିଜେପି ଓ ଆରଏସ୍ଏସ୍ ଦେଉଛନ୍ତି ଫେକ୍ ନ୍ୟୁଜ୍: ରାହୁଲ ଗାନ୍ଧି

1 min read

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)କୁ ଟାର୍ଗେଟ୍ କରିଛନ୍ତି । ଫେସବୁକ୍ ଓ ହ୍ୱାଟ୍ସଆପକୁ ବିଜେପି ଓ ଆରଏସ୍ଏସ୍ ନିୟନ୍ତ୍ରଣ କରୁଥିବା ନେଇ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଏହା ମାଧ୍ୟମରେ ସେମାନେ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ।

ଏକ ଖବରକାଗଜ ରିପୋର୍ଟକୁ ସୂଚନା ଦେଇ ରାହୁଲ, ବିଜେପି ଓ ଆରଏସ୍ଏସ୍ ଉପରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି- ବିଜେପି ଓ ଆରଏସ୍ଏସ୍ ଦେଶରେ ଫେସବୁକ୍ ଓ ହ୍ୱାଟ୍ସଆପକୁ କବଜା କରି ରଖିଛନ୍ତି । ଯାହା ଜରିଆରେ ସେମାନେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ମତଦାତା ଓ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏସବୁ ମାଧ୍ୟମ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ।

ଫେସବୁକ କର୍ମଚାରୀଙ୍କ ସୂତ୍ରରୁ ରାହୁଲ କହିଛନ୍ତି ଦେଶରେ ଏମିତି ଲୋକ ରହିଛନ୍ତି ଯେଉଁମାନେ କି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଘୃଣାଭାବ ସୃଷ୍ଟି କରୁଛନ୍ତି । ସେମାନଙ୍କ କହିବା କଥା ଭର୍ଚୁଆଲ୍ ଦୁନିଆରେ ଘୃଣାଭାବ ସୃଷ୍ଟି କଲେ ଏହାର ପ୍ରଭାବ ସମାଜ ଉପରେ ପଡ଼େ ଓ ଦୁନିଆରେ ହିଂସା ସହ ଉତ୍ତେଜନା ବଢ଼େ ।

ମାମଲା କଣ ?

ଆମେରିକାର ଖବରକାଗଜ ଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଉଛି ବିଜେପି ନେତା ଟି.ରାଜା ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗୁଳି ମାରିଦେବା ଉଚିତ୍ । ସେ ମୁସଲମାନଙ୍କୁ ଦେଶଦ୍ରୋହୀ ବିବେଚିତ କରିବା ସହ ମସଜିଦ୍ ଭାଙ୍ଗିବାକୁ ମଧ୍ୟ ଧମକ ଦେଇଥିଲେ । ଫେସବୁକ୍ କର୍ମଚାରୀ ଏହାର ବିରୋଧ କରିବା ସହ ଏଭଳି ପୋଷ୍ଟ କର୍ମାନୀର ନିୟମ ବିରୋଧୀ ଥିବା କହିଥିଲେ । ତେବେ, ଭାରତରେ ଥିବା କମ୍ପାନୀର କର୍ମଚାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏବେ ଫେସବୁକର ବିଶ୍ୱସନିୟତାକୁ ନେଇ ପ୍ରଶ୍ନ ଉଠିଛି ।

ଫେସବୁକ୍ ଉପରେ ପ୍ରଶ୍ନ ?

ଏହି ରିପୋର୍ଟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଫେସବୁକ୍ ସିଇଓ ମାର୍କ ଜକରବର୍ଗଙ୍କୁ ପ୍ରଶ୍ନ କରିଥିଲେ । ଦିଗବିଜୟ ରବିବାର ଟ୍ୱିଟ୍ କରି ଲେଖିଥିଲେ- ମାର୍କ ଜକରବର୍ଗ ଦୟାକରି ଏହା ଉପରେ ଆଲୋଚନା କରନ୍ତୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକ ଅଙ୍ଖୀ ଦାସଙ୍କୁ ଫେସବୁକରେ ନିଯୁକ୍ତ କରାଯାଇଛି । ଯିଏ କି ଖୁସିରେ ଖୁସିରେ ମୁସଲିମ୍ ବିରୋଧୀ ପୋଷ୍ଟକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପାଇଁ ଅନୁମୋଦନ ଦେଉଛନ୍ତି । ଆପଣ ଦେଉଥିବା ଉପଦେଶକୁ ପାଳନ କରୁନଥିବା ସାବ୍ୟସ୍ତ କରିଛନ୍ତି ।

ସେହିଭଳି ଏହାକୁ ନେଇ ମାର୍କ୍ସବାଦୀ କମ୍ୟୁନିଟି ପାର୍ଟି ମଧ୍ୟ ଫେସବୁକକୁ କାଠଗଡ଼ାକୁ ଟାଣିଛି । ଫେସବୁକ୍ ବିଜେପି ସହିତ ମିଶି ଦେଶରେ ବିଦ୍ୱେଷ ସୃଷ୍ଟି କରୁଛି । ଏପରିକି ନିର୍ବାଚନ ପ୍ରସଙ୍ଗରେ ପକ୍ଷପାତିତା କରୁଥିବା ମାର୍କ୍ସବାଦୀ କମ୍ୟୁନିଟି ପାର୍ଟି ଅଭିଯୋଗ କରିଛି । ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟରେ ଫେସବୁକ୍ କର୍ମଚାରୀ କହିଛନ୍ତି- ଏହି ପ୍ରକାର ମନ୍ତବ୍ୟ ବା ପୋଷ୍ଟ ଉପରେ କଟକଣା ଜାରି କରିବା ଦ୍ୱାରା ଫେସବୁକର ବ୍ୟବସାୟିକ ହିତ କ୍ଷତିରେ ପଡ଼ିବ । ଏମିତି ଜିନିଷକୁ ସାର୍ବଜନୀନ କରିବା ଦରକାର ।

Leave a Reply