ଫେସବୁକ୍-ହ୍ୱାଟ୍ସଆପରେ ବିଜେପି ଓ ଆରଏସ୍ଏସ୍ ଦେଉଛନ୍ତି ଫେକ୍ ନ୍ୟୁଜ୍: ରାହୁଲ ଗାନ୍ଧି
1 min readନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)କୁ ଟାର୍ଗେଟ୍ କରିଛନ୍ତି । ଫେସବୁକ୍ ଓ ହ୍ୱାଟ୍ସଆପକୁ ବିଜେପି ଓ ଆରଏସ୍ଏସ୍ ନିୟନ୍ତ୍ରଣ କରୁଥିବା ନେଇ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଏହା ମାଧ୍ୟମରେ ସେମାନେ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ।
BJP & RSS control Facebook & Whatsapp in India.
They spread fake news and hatred through it and use it to influence the electorate.
Finally, the American media has come out with the truth about Facebook. pic.twitter.com/Y29uCQjSRP
— Rahul Gandhi (@RahulGandhi) August 16, 2020
ଏକ ଖବରକାଗଜ ରିପୋର୍ଟକୁ ସୂଚନା ଦେଇ ରାହୁଲ, ବିଜେପି ଓ ଆରଏସ୍ଏସ୍ ଉପରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି- ବିଜେପି ଓ ଆରଏସ୍ଏସ୍ ଦେଶରେ ଫେସବୁକ୍ ଓ ହ୍ୱାଟ୍ସଆପକୁ କବଜା କରି ରଖିଛନ୍ତି । ଯାହା ଜରିଆରେ ସେମାନେ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ମତଦାତା ଓ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏସବୁ ମାଧ୍ୟମ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ।
ଫେସବୁକ କର୍ମଚାରୀଙ୍କ ସୂତ୍ରରୁ ରାହୁଲ କହିଛନ୍ତି ଦେଶରେ ଏମିତି ଲୋକ ରହିଛନ୍ତି ଯେଉଁମାନେ କି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଘୃଣାଭାବ ସୃଷ୍ଟି କରୁଛନ୍ତି । ସେମାନଙ୍କ କହିବା କଥା ଭର୍ଚୁଆଲ୍ ଦୁନିଆରେ ଘୃଣାଭାବ ସୃଷ୍ଟି କଲେ ଏହାର ପ୍ରଭାବ ସମାଜ ଉପରେ ପଡ଼େ ଓ ଦୁନିଆରେ ହିଂସା ସହ ଉତ୍ତେଜନା ବଢ଼େ ।
ମାମଲା କଣ ?
ଆମେରିକାର ଖବରକାଗଜ ଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଉଛି ବିଜେପି ନେତା ଟି.ରାଜା ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗୁଳି ମାରିଦେବା ଉଚିତ୍ । ସେ ମୁସଲମାନଙ୍କୁ ଦେଶଦ୍ରୋହୀ ବିବେଚିତ କରିବା ସହ ମସଜିଦ୍ ଭାଙ୍ଗିବାକୁ ମଧ୍ୟ ଧମକ ଦେଇଥିଲେ । ଫେସବୁକ୍ କର୍ମଚାରୀ ଏହାର ବିରୋଧ କରିବା ସହ ଏଭଳି ପୋଷ୍ଟ କର୍ମାନୀର ନିୟମ ବିରୋଧୀ ଥିବା କହିଥିଲେ । ତେବେ, ଭାରତରେ ଥିବା କମ୍ପାନୀର କର୍ମଚାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏବେ ଫେସବୁକର ବିଶ୍ୱସନିୟତାକୁ ନେଇ ପ୍ରଶ୍ନ ଉଠିଛି ।
ଫେସବୁକ୍ ଉପରେ ପ୍ରଶ୍ନ ?
ଏହି ରିପୋର୍ଟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଫେସବୁକ୍ ସିଇଓ ମାର୍କ ଜକରବର୍ଗଙ୍କୁ ପ୍ରଶ୍ନ କରିଥିଲେ । ଦିଗବିଜୟ ରବିବାର ଟ୍ୱିଟ୍ କରି ଲେଖିଥିଲେ- ମାର୍କ ଜକରବର୍ଗ ଦୟାକରି ଏହା ଉପରେ ଆଲୋଚନା କରନ୍ତୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକ ଅଙ୍ଖୀ ଦାସଙ୍କୁ ଫେସବୁକରେ ନିଯୁକ୍ତ କରାଯାଇଛି । ଯିଏ କି ଖୁସିରେ ଖୁସିରେ ମୁସଲିମ୍ ବିରୋଧୀ ପୋଷ୍ଟକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପାଇଁ ଅନୁମୋଦନ ଦେଉଛନ୍ତି । ଆପଣ ଦେଉଥିବା ଉପଦେଶକୁ ପାଳନ କରୁନଥିବା ସାବ୍ୟସ୍ତ କରିଛନ୍ତି ।
ସେହିଭଳି ଏହାକୁ ନେଇ ମାର୍କ୍ସବାଦୀ କମ୍ୟୁନିଟି ପାର୍ଟି ମଧ୍ୟ ଫେସବୁକକୁ କାଠଗଡ଼ାକୁ ଟାଣିଛି । ଫେସବୁକ୍ ବିଜେପି ସହିତ ମିଶି ଦେଶରେ ବିଦ୍ୱେଷ ସୃଷ୍ଟି କରୁଛି । ଏପରିକି ନିର୍ବାଚନ ପ୍ରସଙ୍ଗରେ ପକ୍ଷପାତିତା କରୁଥିବା ମାର୍କ୍ସବାଦୀ କମ୍ୟୁନିଟି ପାର୍ଟି ଅଭିଯୋଗ କରିଛି । ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟରେ ଫେସବୁକ୍ କର୍ମଚାରୀ କହିଛନ୍ତି- ଏହି ପ୍ରକାର ମନ୍ତବ୍ୟ ବା ପୋଷ୍ଟ ଉପରେ କଟକଣା ଜାରି କରିବା ଦ୍ୱାରା ଫେସବୁକର ବ୍ୟବସାୟିକ ହିତ କ୍ଷତିରେ ପଡ଼ିବ । ଏମିତି ଜିନିଷକୁ ସାର୍ବଜନୀନ କରିବା ଦରକାର ।