ଭାରତ-ଚୀନ ବୁଝାମଣା; ମୋଦି ସରକାରକୁ ରାହୁଲ ଗାନ୍ଧୀଙ୍କ ୩ ପ୍ରଶ୍ନ

1 min read

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ପରେ ରାଜନୀତିର ରଣାଙ୍ଗନରେ ଲାଗିଛି ନିଆଁ । ଦୁଇ ଦେଶ ଅର୍ଥାତ ଭାରତ-ଚୀନ ମଧ୍ୟରେ ସେନା ପ୍ରତ୍ୟାହାର ନେଇ ବୁଝାମଣା ହୋଇଥିବା ନେଇ ପ୍ରତିରକ୍ଷା କହିବା ପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସୀମା ସୁରକ୍ଷା ନେଇ ପ୍ରଶ୍ନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଏନେଇ ସ୍ପଷ୍ଟୀକରଣ ରଖିଥିଲା ପ୍ରତିରକ୍ଷା ମନ୍ତ୍ରୀଳୟ । ସେପଟେ ପ୍ରତିରକ୍ଷା ମନ୍ତ୍ରାଳୟର ସ୍ପଷ୍ଟୀକରଣ ପରେ କଂଗ୍ରେସ ଉପରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ସୀମାରୁ ସେନା ପ୍ରତ୍ୟାହର ନିଷ୍ପତିରେ ସଂସଦ ଏବଂ ସଂସଦ ବାହାରେ ବିରୋଧି ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବାବେଳେ ଆଜି ପୁଣି ଥରେ ଟ୍ବିଟ କରି ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ ୩ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଥମ ପ୍ରଶ୍ନରେ ରାହୁଲ କହିଛନ୍ତି କ’ଣ ଆମ ସେନା ବାହାନୀଙ୍କୁ କୈଳାଶ ରେଞ୍ଜରୁ ପ୍ରତ୍ୟାହାର କରି ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ? କାହିଁକି ଆମ ମାଟିକୁ ଛାଡି ଅର୍ଥାତ ଫିଙ୍ଗର ୪ରୁ ପ୍ରତ୍ୟାହୃତ ହୋଇ ଫିଙ୍ଗର ୩କୁ ଅଣାଯାଇଛି ? ଏବଂ କାହିଁକି ଚୀନ ଡେପସାଙ୍ଗ ପ୍ଲେନ୍ସ ଓ ହାର୍ଟ ସ୍ପ୍ରିଙ୍ଗ୍ସରୁ ସେନା ପ୍ରତ୍ୟାହାର କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।

ଭାରତ ଓ ଚୀନ ସୀମାର ବୁଝାମଣା ପରେ ଏବେ ଦୁଇଦେଶର ସେନା ପଛକୁ ହଟିଛନ୍ତି । ଭାରତ ଫିଙ୍ଗର ୩କୁ ଫେରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। କେଉଁ ପରିସ୍ଥିତିରେ ଭାରତୀୟ ସେନା ପଛକୁ ହଟିଲେ ପ୍ରଧାନମନ୍ତ୍ରୀଙ୍କୁ ତା’ର ଜବାବ ଦେବାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦାବି କରିଛନ୍ତି । ମୋଦି ସରକାର ଚୀନକୁ ଭାରତର ଜମି ଟେକି ଦେଇଥିବା କହିଛନ୍ତି ରାହୁଲ।

Leave a Reply