ଦିଲ୍ଲୀରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କଂଗ୍ରେସର ମେଗା ଶୋ’ । ଦିଲ୍ଲୀରେ ପ୍ରବେଶ କଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ୧୦୭ ଦିନ, ୩ହଜାର କିଲୋମିଟର ଯାତ୍ରା ସାରି ୧୦୮ତମ ଦିନରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି କଂଗ୍ରେସର ପଦଯାତ୍ରା । କଂଗ୍ରେସ ସମର୍ଥନରେ ଜନତା, ରାହୁଲଙ୍କ ସହ ଚାଲିଛି ଜନସମୁଦ୍ର । ବଦଲପୁର ବର୍ଡର ଦେଇ ଦିଲ୍ଲୀରେ ପଶିଛି ପଦଯାତ୍ରା । ସାଢେ ୧୦ ସୁଦ୍ଧା ଜୟଦେବ ଆଶ୍ରମ, ଓ ଅପରାହ୍ନ ସାଢେ ୪ସୁଦ୍ଧା ଏହି ପଦଯାତ୍ରା ଲାଲ କିଲାରେ ପହଞ୍ଚିବ।

ନିଜେ ରାହୁଲ ଗାନ୍ଧି ଏହି ପଦଯାତ୍ରାରେ ସାମିଲ ହେବାକୁ ବିପକ୍ଷ ଦଳକୁ ନିମନ୍ତ୍ରଣ ଦେଇଛନ୍ତି । ପ୍ରବଳ ଜନସମାଗମକୁ ନଜରରେ ରଖି କଂଗ୍ରେସ ଏକ ମେଗା ସୋର ପ୍ରସ୍ତୁତି କରିଛି । ଲାଲକିଲାରେ ଜନତାଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧି । ରାଜଘାଟ ସମେତ ବିଭିନ୍ନ ସମାଧୀସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ । ଭାରତଯୋଡୋ ଯାତ୍ରାରେ ଅଭିନେତା ତଥା ଏମକେଏମ ଅଧ୍ୟକ୍ଷ କମଲ ହାସନ ଯୋଗଦେଇପାରନ୍ତି ।

ଦିଲ୍ଲୀରେ ପ୍ରାୟ ୪୦ରୁ ୫୦ହଜାର ଲୋକ ଭାରତ ଯୋଡା ଯାତ୍ରାରେ ସାମିଲ ହୋଇଛନ୍ତି । ଆସନ୍ତାକାଲିଠୁ ୯ଦିନ ଯାଏ ଯାତ୍ରା ବନ୍ଦ ରହିବ । ୨ ଜାନୁଆରୀରୁ ପୁଣି ପଦଯାତ୍ରା ଆରମ୍ଭ ହେବ । ୭ ସେପଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୯ ଟି ରାଜ୍ୟ ଅତିକ୍ରମ କରିସାରିଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜସ୍ଥାନ ଓ ହରିୟାଣାରେ ସରିଛି ଭାରତ ଯୋଡୋ ଯାତ୍ରା । ଆସନ୍ତା ଫେବୃଆରୀରେ ଏହା କାଶ୍ମୀରରେ ପହଞ୍ଚିବ ।